ସିକ୍ରେଟ ଚେମ୍ବର ରୁ ଗଞ୍ଜେଇ ଜବତ ୨ ଗିରଫ


ସମ୍ବଲପୁର-୨୮/୦୯ (ରମାକାନ୍ତ ବିଶ୍ୱାଳ) ଗାଡ଼ିରେ ଲାଗିଛି ଝାରଖଣ୍ଡ ରାଜ୍ୟର ନମ୍ବର, ଆଉ ସେହି ଗାଡ଼ିରେ ୪ ଗୋଟି ସିକ୍ରେଟ ଚେମ୍ବର କରି ବିହାର ରାଜ୍ୟର ଗଞ୍ଜେଇ ମାଫିଆ ମାନେ କରୁଥିଲେ ଗଞ୍ଜେଇ ଚୋରା ଚାଲାଣ l ତେବେ ଗଞ୍ଜେଇ ମାଫିଆ ଙ୍କ ସିକ୍ରେଟ ଚେମ୍ବର କରି ଗଞ୍ଜେଇ ଚୋରାଚାଲାଣ ର ଚତୁରାମି କୁ ଫେଲ କରି ମାଡ଼ିବସିଲା ଗୁଇନ୍ଦା ଆବକାରୀ କାର୍ଯ୍ୟାଳୟ ର ଟିମ l ଏଥିସହ ଶାସନ ପ୍ରଧାନପାଳି ନିକଟରେ କାର ମଧ୍ୟରୁ ୨୫ କେଜି ଗଞ୍ଜେଇ ସହ ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି l ସୂଚନା ଅନୁସାରେ ସୋନପୁର ଜିଲ୍ଲା ରୁ ଝାରଖଣ୍ଡ ରାଜ୍ୟର ରାଞ୍ଚି କୁ ବିହାର ରାଜ୍ୟର ଅସୋକ ସିଂ ଓ ସନ୍ତୋଷ କୁମାର ନାମକ ୨ ଜଣ ଗଞ୍ଜେଇ ମାଫିଆ ଏକ କାର ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପ୍ରଧାନପାଳି ରେ ଗୁଇନ୍ଦା ଅବକାରୀ କାର୍ଯ୍ୟାଳୟ ର ଟିମ କାର ମଧ୍ୟରୁ ୨୫ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ତେବେ ଜବତ କାର ସହ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଳି ଅବକାରୀ କାର୍ଯ୍ୟାଳୟ ର ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।