ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କାର ସୁନା ଚେନ


ସମ୍ବଲପୁର-୨୮/୦୯ (ରମାକାନ୍ତ ବିଶ୍ୱାଳ)
ଘର ସମ୍ମୁଖରୁ ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କାର ସୁନା ଚେନ । ବାଇକରେ ଆସିଲେ ୨ ଜଣ ଆଉ ମୁଣ୍ଡରେ ବନ୍ଧୁକ ଦେଖାଇ ଜିବନରେ ମାରିବାର ଧମକ ଦେଇ ଲୁଟିଲେ ଜଣେ ବ୍ୟକ୍ତି ପିନ୍ଧିଥିବା ୩ ଲକ୍ଷ ଟଙ୍କାର ସୁନା ଚେନ । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନି ଅଞ୍ଚଳରୁ ଏପରି କିଛି ଅଭିଯୋଗ ହୋଇଛି । ସୁଚନା ଅନୁସାରେ ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନି ଅଞ୍ଚଳରେ ଦୋକାନ କରିଥିବା ଶିଶିର ପାଣ୍ଡେ ନାମକ ଜଣେ ବ୍ୟକ୍ତି ଦୋକାନ ବନ୍ଦ କରି ନିଜ ଘରକୁ ଯିବା ସମୟରେ ଘର ସମ୍ମୁଖରେ ହଠାତ୍ ବାଇକ୍ ରେ ୨ ଜଣ ବ୍ୟକ୍ତି ଆସି ବନ୍ଧୁକ ଦେଖାଇ ଶିଶିର ଙ୍କୁ ଭୟଭୀତ କରାଇ ଜୀବନରେ ମାରି ଦେବାକୁ ଧମକାଇ ସେ ପିନ୍ଧିଥିବା ୩ ଲକ୍ଷ ଟଙ୍କା ମୂଲ୍ୟ ର ସୁନା ଚେନ ଲୁଟ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଧନୁପାଲି ଥାନାରେ ଲିଖିତ ଅଭିଯୋଗ ହେବାପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।