Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ମହମ୍ମଦ ଜୟନ୍ତୀ ପାଳିତ

ସମ୍ବଲପୁର-୨୮/୦୯ (ରମାକାନ୍ତ ବିଶ୍ୱାଳ)
ସମ୍ବଲପୁର ସହରରେ ମୁସଲମାନ ସଂପ୍ରଦାୟ ତରଫରୁ ପ୍ରୋଫେଟ ମହମ୍ମଦଙ୍କର ପବିତ୍ର ଜୟନ୍ତୀ ଆଜି ପାଳନ କରାଯାଇଛି। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ପ୍ରତ୍ୟେକ ଘରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ପ୍ରୋଫେଟ ମହମ୍ମଦଙ୍କର ପବିତ୍ର ଜୟନ୍ତୀ ଉପଳକ୍ଷେ ସହରର ଜିଲା ସ୍କୁଲ ଛକରେ ଏକତ୍ରିତ ହୋଇ ସ୍ୱତନ୍ତ୍ର ଧାର୍ମିକ ପବିତ୍ର ଝଣ୍ଡା କୁ ଉତ୍ତୋଳନ କରାଯାଇଥିଲା। ପ୍ରୋଫେଟ ମହମ୍ମଦଙ୍କର ପବିତ୍ର ଜୟନ୍ତୀ ପାଳନ ପାଇଁ ପ୍ରବଚନ ଓ ସ୍ୱତନ୍ତ୍ର ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରୋଫେଟ ମହମ୍ମଦଙ୍କର ପବିତ୍ର ଜୟନ୍ତୀ ଉପଳକ୍ଷେ ନିଜେ ଅତିରିକ୍ତ ଏସପି, ଏସଡିପିଓ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ସହରରେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଜିଲ୍ଲା ସ୍କୁଲ ଛକ, ଲକ୍ଷ୍ମୀ ଟକିଜ ଛକ,ଗୋଲବଜାର ସମେତ ବିଭିନ୍ନ ପ୍ରମୁଖ ଛକ ମାନଙ୍କ ରେ ବ୍ୟାପକ ପୁଲିସ ମୃତୟନ କରାଯାଇଥିଲା।