ସମ୍ବଲ୍ପୁର୍-୨୯/୦୯ (ରମାକାନ୍ତ ବିଶ୍ୱାଳ)
ନୂଆଁ ଗୁଜାତଲ ହୀରାକୁଦ ଠାରେ ସମ୍ବଲ୍ପୁରି ଭାଷା ଏକାଡ଼େମି ପକ୍ଷରୁ ସମ୍ବଲ୍ପୁରି ଲିପି ଦିନ୍ ପାଳିତ ହୋଇ ଯାଇଛି । ୨୦୨୦ ମସିହା ସେପ୍ଟେଟେମ୍ବର ୨୭ ତାରିଖ ଦିନ ସମ୍ବଲ୍ପୁରି ଲିପିକୁ ‘ହେମ ବରନ୍ ଡଣିଃଆ’ ବହି ମାଧ୍ୟମରେ ସମ୍ବଲ୍ପୁରି ସମାଜକୁ ମାଁ ସମ୍ଲେଇ ଗୁଡ଼ିଠାରେ ସମର୍ପଣ କରାଯାଇଥିଲା । ସେହି ଦିନର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଏହି ଦିନକୁ ସମ୍ବଲ୍ପୁରି ଲିପି ଦିନ୍ ଭାବେ ପାଳନ କରାଯାଇଆସୁଛି । ଏଥିରେ ଆଜି ନୂଆ ଗୁଜାତଲ ଗାଁଆର ପଞ୍ଚାନନ ପଧାନ ସଭାପତିତ୍ବ କରିଥିବା ବେଳେ ଏକାଡ଼େମିର ଚେୟର୍ ପର୍ସନ୍ ହେମକାନ୍ତ ସାହୁ ସ୍ବାଗତ ସମ୍ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ଡିଲେଶ୍ବର ବାଗ ମୁଖ୍ଯବକ୍ତା ଓ ଯୁବ ସମାଜସେବୀ ଚତୁର୍ଭୂଜ ଗର୍ଡିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତ ବକ୍ତା ସମ୍ବଲପୁରି ଲିପିର ମୁକ୍ତ ପ୍ରଶଂସା କରିବା ସହ ଏହାରି ମାଧ୍ୟମରେ ସମ୍ବଲ୍ପୁରି ଭାଷାର ଉଜ୍ଜଳ ଭବିଷ୍ୟତ ଆଶାବ୍ୟକ୍ତ କରିଥିଲେ । ନିଜେ ନିଜେ ସମ୍ବଲ୍ପୁରି ଲିପି ଶିଖି ଅନ୍ୟମାନଙ୍କୁ ଶିଖାଉଥିବା ଶ୍ରୀଯୁକ୍ତ ବାଗ ଓ ଶ୍ରୀଯୁକ୍ତ ଗର୍ଡିଆ ସମ୍ବଲ୍ପୁରି ଲିପି ଶିକ୍ଷା ବେଳର ନିଜ ନିଜ ଅନୁଭୁତି ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ । ଏହା ସହିତ ହେମକାନ୍ତ ସାହୁଙ୍କ ଦ୍ୱାରା ‘ ସମ୍ବଲ୍ପୁରି ଲିପିର୍ ଗରଜ୍’ ବାବଦରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଏହି ଲିପି ଶିଖିଥିବା ଛାତ୍ରଛାତ୍ରୀମାନଙ୍କ ସହ ଗ୍ରାମବାସୀ ମଧ୍ୟ ବହୁସଂଖ୍ୟାରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଂଗ୍ ଦାଶ, ଦୀପଶିଖା ମିର୍ଧା, ସୁଭଦ୍ରା କିସାନ, ଅଭିଳାଶା ମିର୍ଧା, ଅନନ୍ତ ବନଛୋର, ପ୍ରିୟଙ୍କା ସୁନା ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଏକାଡ଼େମୀର ସମ୍ପାଦକ ଦେବାସିସ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲ୍ପୁରି ଲିପି ଦିନ୍ ପାଳିତ
