ବେକରେ ଫାଶୀ ଲଗାଇ ଯୁବକ ମୃତ


ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଥାଲକୁଡ଼ି ଗ୍ରାମରେ ଜୈନେକ ଯୁବକ ବେକରେ ଫାଶୀ ଲଗାଇ ମୃତ୍ୟୁ ବରଣ କରିଛି| ସୂଚନା ରୁ ପ୍ରକାଶ ଯେ ଥାଲକୁଡ଼ି ଗ୍ରାମର ଅନିରୁଦ୍ଧ ମଲିକଙ୍କ ପୁଅ ମନୋରଞ୍ଜନ ମଲିକ (25 ବର୍ଷ) ମାନସିକ ରୋଗରେ ପୀଡିତ ଥିଲେ| ଯେଉଁଥିଲାଗି ଗତ କିଛି ଦିନ ହେବ ସେ ଔଷଧ ନିୟମିତ ଭାବେ ବ୍ୟବହାର କରୁଥିଲେ| ଶୁକ୍ରବାର ଦିନବେଳା ମଧ୍ୟ ଔଷଧ ଖାଇବାକୁ ଘର ଲୋକେ ତାଙ୍କୁ ଖୋଜିବାରୁ ଘରେ ପାଇ ନ ଥିଲେ| କିଛି ସମୟ ଖୋଜାଖୋଜି ପରେ ଗ୍ରାମର ଏକ ବରଗଛରେ ଘରୁ ଏକ ପିନ୍ଧା ଲୁଗା ନେଇ ଫାଶୀ ଦେଇଥିବା ଦେଖିବାକୁ ମିଳିଥିଲା| ଘର ଏବଂ ସାହିପଡୋଶୀ ମାନେ ମନୋରଞ୍ଜନଙ୍କୁ ଉଦ୍ଧାର କରି ଦିନ ୧ ଟା ବେଳେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ| ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି| ମଙ୍ଗଳପୁର ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଏକ ଅପମୃତ୍ୟୁ ମାମଲା ୠଜୁ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଥିବା ଖବର ମିଳିଛି|