Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ମୁଖ୍ୟ ନିର୍ବାଚନ ଆୟୁକ୍ତ ନିର୍ଦ୍ଦେଶକ୍ରମେ ଦେବଗଡ଼ ଜିଲ୍ଲାରେ ୮୦ ରୁ ଉର୍ଦ୍ଧ୍ବ ବୟସ୍କ ୫ ଜଣ ବରିଷ୍ଠ ମତଦାତା ବ୍ୟକ୍ତିଙ୍କୁ ବିଶ୍ଵ ବରିଷ୍ଠ ନାଗରିକ ଦିବସରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ତାଙ୍କ ଘରକୁ ଯାଇ ସମ୍ମାନିତ କରିଛନ୍ତି । ବାରକୋଟ ବ୍ଲକ କଣ୍ଡଳ ଗ୍ରାମର ଗଙ୍ଗାଧର ସାହୁ ବୟସ ୧୦୧ଙ୍କୁ ଉପଜିଲ୍ଲାପାଳ ପରକ୍ଷିତ ସାହୁ, ତିଲେଇବଣୀ ବ୍ଲକ ରାଣୀଗୋଳା ହରବତି ନାଏକ ବୟସ ୧୦୪ ତାଙ୍କୁ ଆଜିର ଦିବସରେ ତିଲେଇବଣୀ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିଦ୍ଧା, ବାରକୋଟ ବ୍ଲକ ଗୋପାଳପାଲି ବିଜୟ ନଗର ରାମଚନ୍ଦ୍ର ପ୍ରଧାନ ବୟସ ୧୦୧ ଙ୍କୁ ବାରକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ରିଆମାଳ ବ୍ଲକ କୁଣ୍ଢେଇଗୋଳା ବିଶିକେସନ ପ୍ରଧାନ ବୟସ ୧୦୧ ରିଆମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆ ଓ ରିଆମାଳ ବ୍ଲକ ତରଙ୍ଗ ଗ୍ରାମର ଖଗ ବସନ୍ତରା ବୟସ ୧୦୧ ରିଆମାଳ ବ୍ଲକ ତହସିଲଦାର ତାଙ୍କ ଘରକୁ ଯାଇ ଆନ୍ତର୍ଜାତିକ ଦିବସରେ ସମ୍ମାନିତ କରିବା ସହ କାର୍ଯ୍ୟକ୍ରମରେ ବରିଷ୍ଠ ରାଜସ୍ବ ସହାୟକ ସୋମିତ୍ରି ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ ।