Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆବର୍ଜନା ମୁକ୍ତ ଭାରତ

ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ଼ ଜିଲ୍ଲାକୁ ସଂପୂର୍ଣ୍ଣ ପରିମଳ ଜିଲ୍ଲାରେ ପରିଣତ କରିବା ଲକ୍ଷ ନେଇ ଆଜି ସକାଳ ୧୦ ଘଟିକା ରୁ ୧୧ ଘଟିକା ମଧ୍ୟରେ ପ୍ରଧାନପାଟ, ବସ୍ ଷ୍ଟାଣ୍ଡ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଈ, ଅତିରିକ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଦୀପ ଭୋଜ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦ ସିଂ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟରଞ୍ଜନ ରାଉତ, ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୂତି ରଞ୍ଜନ ମହାନ୍ତି, ଏନ୍. ସି. ସି. ଅଧିକାରୀ କ୍ୟାପଟେନ ସଂଗ୍ରାମ ନନ୍ଦ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଏନ୍. ସି.ସି କ୍ୟାଡେଟ, ବିଭିନ୍ନ ସ୍ଵେଚ୍ଛାସେବୀ, ବରିଷ୍ଠ ନାଗରିକ, ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।