Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇବର ସଚେତନତା ରଥ ଶୁଭାରମ୍ଭ

ଦେବଗଡ଼ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସାଇବର ସଚେତନତା ରଥ ଜିଲ୍ଲା ପୋଲିସ ବିଭାଗ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପଣ୍ଡା, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଷ୍ଟେଟ୍ ବ୍ୟାଙ୍କ୍ ଚିପ୍ ମ୍ୟାନେଜର ପ୍ରମୁଖ ମଞ୍ଚାସୀନ ଥିଲେ। ଏକ ସାଧାରଣ ସଭା ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଦିନକୁ ଦିନ ଲୋକମାନେ ସାଇବର ଠକେଇରେ ଆଖି ପାଛୁଳାକେ ଠକ ମାନେ ଖାଲି କରିଦେଉଛନ୍ତି ଏକାଉଣ୍ଟ୍। ଏହା ସହିତ ଲୋକମାନଙ୍କୁ ସଚେତନତା କରିବା ଦିଗରେ ପୋଲିସ ଗୁରୁତ୍ବ ଦେଇ କାମ କରିବ । ସ୍ଵତନ୍ତ୍ର ହେଲ୍ପଲାଇନ ନମ୍ୱର ୧୯୩୦ରେ ସାଇବର ହେଲପଡେକ୍ସକୁ କଲ୍ କରନ୍ତୁ ଓ ସାଇବର ଠକାମିରୁ ବଞ୍ଚିତ ହୁଅନ୍ତୁ । ଏହା ପରେ ପରେ ଅତିଥି ମାନେ ସାଇବର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଅକ୍ଟୋବର ୨ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଗାଁ ରୁ ସହର ବୁଲିବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ, କଳାକାର, ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।