ଲୋକକଳା ଗ୍ରାମ ରେ ପଞ୍ଚମ ବାର୍ଷିକ ଉତ୍ସବ


ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଜାମ୍ବୁନାଳୀ ଭେରୁବଣି ଲୋକକଳା ଗ୍ରାମଠାରେ ପଞ୍ଚମ ବାର୍ଷିକ ଉତ୍ସବ ଓ ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୫ ଘଟିକା ରୁ ଗାଁ ରେ ରାମଧୁନ ଓ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ତିଲେଇବଣୀ ବ୍ଲକର ଜି.ପି.ଇଓ କିଶୋର ଚନ୍ଦ୍ର ନାଏକ, ବରଣ୍ୟ ଅତିଥି ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ମନୋରଞ୍ଜନ ସୂତାର ଓ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ଯୋଗଦେଇ କଳାକାର ମାନଙ୍କୁ ବାର୍ଷିକ ଉତ୍ସବରେ ଉତ୍ସାହିତ କରିଥିଲେ । ଏହି ବାର୍ଷିକ ଉତ୍ସବରେ ତିଲେଇବଣୀ ବ୍ଲକର ୧୫ ଟି ସାଂସ୍କୃତିକ ଦଳ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସାଂସ୍କୃତିକ ଦଳଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁତ ସଂଖ୍ୟାରେ କଳାକାର ଓ ଲୋକମାନେ ଉପସ୍ଥିତ ଥିଲେ ।