ଦେବଗଡ଼: ମରଣଯନ୍ତା ପାଲଟିଛି ରାଞ୍ଚି -ବିଜୟୱାଡା ରାଜପଥ । ଅନ୍ୟପଟେ ମରାମତି ଅଭାବରୁ ଏହି ରାଜପଥ ଅବସ୍ଥା ଦିନକୁ ଦିନ ଦୟନୀୟ ହୋଇ ପଡିଛି । ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ଫଳରେ ଉକ୍ତ ରାସ୍ତାରେ ବହୁ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି । ଉକ୍ତ ଅଂଚଳବାସୀଙ୍କ ଅଭିଯୋଗ ପରେ ଗତ ବର୍ଷ ଉକ୍ତ ରାସ୍ତାର ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା । ତାହା ବି ନିମ୍ନମାନର କାର୍ଯ୍ୟ ଯୋଗଁୁ କିଛି ଦିନ ପରେ ବର୍ତ୍ତମାନ ପିଚୁ ଉଠିଯିବା ସହିତ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ବର୍ଷା ଦିନ ଥିବା ହେତୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଉକ୍ତ ଅଂଚଳବାସୀ ଉକ୍ତ ରାସ୍ତାର ମରାମତି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭାଗୀ୍ର ଅଧିକାରୀମାନଙ୍କୁ ଜଣାଇବା ପରେ କୌଣସି ସୁଫଳ ମିଳିନଥିଲା । ଅନ୍ୟପଟେ ସୁନାମୁଣ୍ଡା ଗ୍ରାମରେ ଥିବା ଚିନ୍ମୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଉକ୍ତ ରାସ୍ତା ଦେଇ ଯାତାୟତ କରୁଛନ୍ତି । ରାସ୍ତାରେ ବଡ ବଡ ଗର୍ତ୍ତ ସୃଷ୍ଟି ହେବା ଫଳରେ ସେମାନେ ବିଦ୍ୟାଳୟକୁ ଯିବା ସମୟରେ ମଧ୍ୟ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଆଜି ଗାନ୍ଧୀ ଓ ଶାତ୍ସୀ ଜୟନ୍ତୀ ଥିବାବେଳେ ଚିନ୍ମୟ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଅଭିନବ ଉପାୟରେ ପ୍ରତିବାଦ କରିବା ସହିତ ଶ୍ରମଦାନ କରି ରାସ୍ତାରେ ଥିବା ବିଭିନ୍ନ ଗର୍ତ୍ତର ମରାମତି କରିଥିଲେ । ଝିପି ଝିପି ବର୍ଷାକୁ ଖାତିର ନକରି ବିଦ୍ୟାଳୟ କର୍ତ୍ତୁପକ୍ଷ ଏବଂ ଛାତ୍ରଛାତ୍ରୀମାନେ ରାସ୍ତାର ମରାମତି କରିଥିଲେ । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ ଠାକୁର, ଉପନଗରପାଳ ପ୍ରଜିତ ଭୋଜଙ୍କ ସମେତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ
ମରଣଯନ୍ତା ପାଲଟିଛି ରାଞ୍ଚି -ବିଜୟୱାଡା ରାଜପଥ ରାସ୍ତା ମରାମତି କଲେ ଚିନ୍ମୟ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ
