Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ରୁ ସମଲେଶ୍ବରୀ ମନ୍ଦିରରେ ଷୋହଳ ପୂଜା ଆରମ୍ଭ ।

ସମ୍ବଲପୁର-୦୫/୧୦ (ରମାକାନ୍ତ ବିଶ୍ବାଳ) ଶୁକ୍ରବାର ୬ ତାରିଖ ଠାରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ପୀଠରେ ଷୋହଳ ପୂଜା ଆରମ୍ଭ ହେବ। ଏହି ଦିନ ପୁଅ ଜିଉଁନ୍ତିଆ ଓଷା ବି ରହିଛି। ୧୪ ତାରିଖ ଦିନ ପବିତ୍ର ମହାଳୟା ଅବସରରେ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ୧୫ ତାରିଖ ନବରାତ୍ର ପୂଜା ସହିତ ଅଖଣ୍ଡଦୀପ ପ୍ରଜ୍ବଳନ କରାଯିବ। ୨୧ ତାରିଖ ଦିନ ପୀଠେ ମହାଷ୍ଟମୀ ପୂଜା ସହିତ ସନ୍ଧିପୂଜା ଅନୁଷ୍ଠିତ ହେବ। ଏହି ଦିନ ମା’ଙ୍କ ଖଣ୍ଡାଧୁଆ ସଂପନ୍ନ ହେବା ସହିତ ଆଖଡ଼ା ନଗର ପରିକ୍ରମା କରିବ। ୨୨ ତାରିଖ ଦିନ ମହାନବମୀ ପୂଜା ସହିତ ମା
ସମଲେଶ୍ବରୀଙ୍କ ଆଖଡ଼ା ନଗର ପରିକ୍ରମା ରହିଛି। ତେବେ, ୨୩ ତାରିଖ ବିଶ୍ରାମ ରହିଛି। ୨୪ ତାରିଖ ଦିନ ବିଜୟାଦଶମୀ ଅବସରରେ ଦଶହରା ପୂଜା ସହିତ ରଣଜିତା ଉତ୍ସବ ଅନୁଷ୍ଠିତ ହେବ । ୨୮ ତାରିଖ ଦିନ କୁମାର ପୂର୍ଣ୍ଣିମା ଅବସରରେ ମା ସମଲେଶ୍ୱରୀଙ୍କ ରାଜରାଜେଶ୍ବରୀ ବେଶ ସଂପନ୍ନ ହେବ ଏଥି ସହିତ ସମଲେଶ୍ବରୀ ମନ୍ଦିରରେ ନୂଆଁ ଧ୍ଵଜାରୋହଣ କାର୍ଯ୍ୟକ୍ରମ ରହିଛି ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ