Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛଅ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଜଗତ ଜ୍ୟୋତି ୟୁଥ କ୍ଲବ ପୁରୁକୁଣ୍ଡା ଦ୍ୱାରା ଅୟୋଜିତ ଛଅ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବ ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରବିନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ରମ୍ଭେଇ ଗ୍ରାମ ପଞ୍ଚାୟତ ର ସରପଞ୍ଚ ରଶ୍ମିତ କୁମାର ବେହେରା, ସମିତିସଭ୍ୟ ଅରୁଣ କୁମାର ପ୍ରଧାନ,ନେହେରୁ ଯୁବ କେନ୍ଦ୍ରର ପ୍ରଦୀପ କୁମାର ବିଶ୍ବାଳପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ କପିଳେଶ୍ୱର ବିଶ୍ୱାଳ, କୁମୁଦ ବନ୍ଧୁ ନାୟକ, ଚେଣ୍ଡାଳ ଜାଲ, ଲିଙ୍ଗରାଜ ଖୁଣ୍ଟିଆ ପ୍ରମୂଖ ଯୋଗ ଦେଇ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ ଡ଼ିମିରିପଶି ଏବଂ ଫ୍ରେଣ୍ଡସିପ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳ କୁ ରବୀନ୍ଦ୍ର ଲହରା, ବଳରାମ ଲାକ୍ରା, ସୁଦର୍ଶନ ପେଣ୍ଠେଇ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ଜଗତ ଜ୍ୟୋତି ୟୁଥ କ୍ଲବ ର ସଭାପତି ଉଦିତ କୁମାର ନାଏକ, ସମ୍ପାଦକ ରମାକାନ୍ତ ବେଟି, ରଣଜିତ ପ୍ରଧାନ ସମେତ କ୍ଲବର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସାହାଯ୍ୟ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ