ମିଲେଟ୍ସ ମଦର ଇଭେଣ୍ଟ


ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଦୁଧିଆନଳୀ ଗ୍ରାମ ପଂଚାୟତରେ ମିଲେଟ୍ସ ମଦର ଇଭେଣ୍ଟ ଆୟୋଜିତ ହୋଇଥିଲା. ଏଥିରେ ଗର୍ଭବତୀ ମା , ପ୍ରସୂତି ମା, ସ୍ୱୟଂ ସହାୟକ ଗୋଷ୍ଟି ର ସଭ୍ୟା, କୃଷିମିତ୍ର, ସି ଆର ପି, ଏମ ବି କେ, ଓ ମହିଳା ମିଲେଟ ଚାଷୀ ଙ୍କ ସମେତ 55 ଜଣ ଅଂଶ ଗ୍ରହଣ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ସି ଏସ ଡି ଆର ଅନୁଷ୍ଠାନର ସମ୍ପାଦିକା ରିତା ରାଣୀ ରାଉତ, ବ୍ଲକ ସଂଯୋଜ ଆଶୁତୋଷ ବିଶ୍ୱାଳ, ସି ଇ ଓ ଜୟଶ୍ରୀ ମହାନ୍ତ ଓ ହେଲଥ ୱାର୍କର ପରେଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ ରେ ମିଲେଟ୍ସ ରେ ପ୍ରସ୍ତୁତ ଖାଦ୍ୟ, ତାର ଗୁଣ ବାତ୍ତା, ମୁଖ୍ୟ ଆଲୋଚନାର ବିଷୟ ଥିଲା. ସେମାନେ କିପରି ଖାଦ୍ୟରେ ବ୍ୟବହାର କରିବେ ଓ ବିଭିନ୍ନ ଉପାୟରେ ରନ୍ଧାଯିବ ସେ ସମ୍ପର୍କରେ ସେମାନଙ୍କୁ ଅବଗତ କରାଗଲା. ଶେଷରେ ସି ଏସ ଡି ଆର ଆଶୁତୋଷ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.