ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର


ଆଜି ଦେବଗଡ଼ ତିଲେଇବଣୀ ଆଇ ସି ଡିଏସ୍ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତଥା ଆକ୍ସନ ଏଡ୍ ର ମିଳିତ ସହଯୋଗରେ ବ୍ଲକ ରୁ ୫ଟି ସେକ୍ଟର ରୁ ୧୨୦ ରୁ ଉର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ ଓ ସିଡିପିଓ ମାନେ ଯୋଗଦେଇଥିଲେ । ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଆକ୍ସନ ଏଡ୍ ବିରେନ୍ଦ୍ର ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ପର୍କିତ ବିଷୟ ଉପରେ ଆଲୋକପାତ କରିଥିଲେ । ବାଲ୍ୟ ବିବାହ ରୋକିବା , ଶିଶୁ ମାନଙ୍କ ପ୍ରତି ହେଉଥିବା ଅମାନବୀୟ କାର୍ଯ୍ୟ କିପରି ହଟାଯାଇ ପାରିବ ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଥିଲା । ଉକ୍ତ ତାଲିମ୍ ଶିବିରରେ ବାଲ୍ୟ ବିବାହ ମୁକ୍ତ ଗାଁ ର ନୂଆଁ ନିୟମ ବଳୀ ଉପରେ ଆଲୋଚନା କରାଯାଇଥିଲା । ପୂର୍ବରୁ ବାରକୋଟ ଓ ରିଆମାଳ ବ୍ଲକ ରେ ଏହି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ତିଲେଇବଣୀ ସିଡିପିଓ ପ୍ରମିଳା ନାଏକ ଓ ଆବାହିକା ସଂଯୁକ୍ତା ନନ୍ଦ ସମେତ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ ।