ରିଆମାଳ ବ୍ଲକ ରେ ସାଇବର ସଚେତନତା


ଦେବଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ରିଆମାଳ ବ୍ଲକ ଅନ୍ତର୍ଗତ ରିଆମାଳ ମହାବିଦ୍ୟାଳୟ ଓ ରିଆମାଳ ଉଚ୍ଚ ବିଦ୍ୟାଳୟ ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସ୍ ଡି ପି ଓ ସୌମ୍ୟରଞ୍ଜନ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଛାତ୍ରଛାତ୍ରୀ ମାନଙ୍କୁ ସାଇବର ଅପରାଧ ଉପରେ ସଚେତନତା କରିବା ସହ କୁଇଜ୍ ପ୍ରତିଯୋଗିତା, ପଥ ପ୍ରାନ୍ତ ନାଟକ, ରିପଲେଟ, ଏଲିଡି ଶୋ ଓ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଏହି ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମରେ ରିଆମାଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଷ୍ଟେଟ୍ ବ୍ୟାଙ୍କ୍ ମ୍ୟାନେଜର ଓ ବହୁ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।