Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବ୍ୟାଂଶ ପ୍ରଧାନ ପ୍ରଥମଭାଗ୍ୟଶାଳୀ ବିଜେତା

ଦେବଗଡ଼: ଦେବଗଡର ଗଣେଶ ପୂଜା ଚଳିତ ବର୍ଷ ୭୫ ବର୍ଷରେ ପଂହଚିଛି । ଗତ ମାସ ୨୯ ତାରିଖ ଦିନ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆଜି ରାତିରେ ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଲଟେରୀ ମାଧ୍ୟମରେ ଶ୍ରୀ ଗଣେଶ ଆଶିର୍ବାଦ ଲଡୁ ଉଠାଣ କରାଯାଇଥିଲା । ଲକିଡ୍ର ମାଧ୍ୟମରେ ପ‌ୌରାଚଂଳର ଦିବ୍ୟାଂଶ ପ୍ରଧାନ ପ୍ରଥମ ଭାଗ୍ୟଶାଳୀ ବିଜେତା ଭାବେ ଲଡୁ ସହିତ ୧୦ ଗ୍ରାମ ଗୋଲଡ କଏନ, ପୌରାଚଂଳର ଅରବିନ୍ଦ ନାୟକ ଦ୍ବିତୀୟ ଭାଗ୍ୟଶାଳୀ ବିଜେତା ଭାବେ ଲଡୁ ସହିତ ୫ ଗ୍ରାମ ଗୋଲଡ କଏନ, ବାରକୋଟ ବ୍ଲକର ବାସୁପାଲି ଗ୍ରାମର ଗୁଣ୍ଡିଚା ପାତ୍ର ତୃତୀୟ ଭାଗ୍ୟଶାଳୀ ବିଜେତା ଭାବେ ଲଡୁ ସହିତ ୩ ଗ୍ରାମ ଗୋଲଡ କଏନ ଏବଂ ୧୦ ଜଣଙ୍କୁ ସାନ୍ବନାମୂଳକ ରୂପା ମୁଦ୍ରା ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆୟୋଜକ ଜିଲ୍ଲା ବ୍ୟବସାୟୀ ସଂଘର ସଭାପତି ଶମ୍ଭୁନାଥ ଗୋଏଲ, ଉପସଭାପତି ଅରୁଣ ଗୋଏଲ, ସୁଶୀଲ ‌ଭୋଇ,ସଂପାଦକ ଶୁକଦେବ ଭଞ୍ଜ, ସହ ସଂପାଦକ ବିରେନ ନାୟକ, ଆନନ୍ଦ କପରଦାର, ସହ କୋଷାଧ୍ୟକ୍ଷ ସୁଧୀର ପାତ୍ର, ଆଇନପରାମର୍ଶଦାତା ଆଲୋକ ସୌରଭ ବେହେରା,କୌଳାସ ଅଗ୍ରୱାଲଙ୍କ ସମେତ କମିଟୀର ସଦସ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜନ୍ମାଜୟ ନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।