Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୩ତମ ବାମଣ୍ଡା କପ କ୍ରିକଟ ଟୁର୍ଣ୍ଣାମେଂଟ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶାର ଅନ୍ୟତମ ସଂମାନଜନକ ବମଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବସନ୍ତ ନିବାସ ଠାରେ ଗତକାଲି ସନ୍ଧ୍ୟାରେ କ୍ଲବର ସଭାପତି ସୁବାସ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ୩୩ତମ ବମଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଂଟ ଉପରେ ଆଲୋଚନା ହୋଇଥିଲା। ୩୩ତମ ପ୍ରତିଯୋଗିତା ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଉପ ସଭାପତି ଅଶୋକ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସୁଜିତ କୁମାର ପ୍ରଧାନ ଟୁର୍ଣ୍ଣାମେଂଟ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। କୋଷଧକ୍ଷ ମୋତିଲାଲ ଶର୍ମା ଆୟ ବ୍ୟୟ ହିସାବପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ନବୀନ କୁମାର ପାଣି , ଉପ ସଭାପତି ସତ୍ୟ ନାରାୟଣ ପାଣି , ପ୍ରଭାତ ପ୍ରଧାନ , ପ୍ରବୀଣ ଆଚାର୍ଯ୍ୟ, ସନ୍ତୋଷ କୁମାର ଦେବତା , ବେଣୁଧର ଗଡ଼ନାୟକ, ପ୍ରଦ୍ୟୁମ୍ନ ଭୁକ୍ତା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ବୈଠକରେ ବିବେକାନନ୍ଦ ଦାସ, ପ୍ରଫୁଲ୍ଲ ନାୟକ, ସୁଶୀଳ ନାୟକ , ଦିଲିପ ବେହେରା, ବିଦ୍ୟା ମହାପାତ୍ର ,ବସନ୍ତ ବେହେରା, ଅଭୟ ନନ୍ଦ, ଅଶୋକ ଅଗ୍ରୱାଲ , ଭୋଳା ନାଥ ଦାସ , ହରେକୃଷ୍ଣ ସାହୁ , ଜୟନ୍ତ କୁମାର ସାହୁ ,ଅଜିତ ମୋଦୀ, ପ୍ରଶାନ୍ତ ଦେବତା, କ୍ଷୀରୋଦ ବେହେରା, ରାଘବ ମହାରଣା, ବିଶେଶ୍ୱର ଦ୍ବିବେଦୀ, ଦୁର୍ଯ୍ୟୋଧନ ବିଶ୍ୱାଳ ପ୍ରମୂଖ ସଦସ୍ୟ ଉପସ୍ଥିତ ଥିଲେ ।