Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ନାଚ ଗୀତରେ ଝୁମିଲେ ଦର୍ଶକ। ନୂଆଁଖାଇ ଭେଟଘାଟ୍ ୨୦୨୩ ରାଜଧାନୀ ଭୁବନେଶ୍ଵରରେ ମାଁ ସମଲେଶ୍ବରୀଙ୍କ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ।

ସମ୍ବଲପୁର-୦୯/୧୦ (ରମାକାନ୍ତ ବିଶ୍ବାଳ)
ପଶ୍ଚିମ ଓଡିଶାର ପବିତ୍ର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପରେ ବିଭିନ୍ନ ସ୍ଥାନରେ ଏବେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଡ.ଜନନୀ ମିଶ୍ର ଏବଂ ତାଙ୍କ ଗୃପର ମିଳିତ ଉଦ୍ୟମରେ ସମ୍ବଲପୁର ଭାଲୁପାଲି ସ୍ଥିତ ହୋଟେଲ ରୟାଲ ରିଟ୍ରିଟ ଠାରେ ନୂଆଁଖାଇ ଭେଟଘାଟ୍ ୨୦୨୩ ଅନୁଷ୍ଠିତ ହୋଇଯାଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥ ଭାବରେ ରେଙ୍ଗାଲି ବିଧାୟକ ନାଉରି ନାଏକ, ଅବସରପ୍ରାପ୍ତ ପ୍ରଶାସକ ଅଧିକାରୀ ଶିତାଶୁଂ ତ୍ରିପାଠୀ,ବରଗଡ ବାୟୋ ଇଥିନାଲ ପ୍ଲାଣ୍ଟ (ଟିସିଇ)ର ଏଜିଏମ ରଶ୍ମିରଞ୍ଜନ ରାଉତ,ଅବସରପ୍ରାପ୍ତ ଭିଜିଲାନ୍ସ ଏସପି ରବିନ୍ଦ୍ର କୁମାର ପ୍ରଧାନ,ସ୍ବେଚ୍ଛାସେବୀ ପବିତ୍ର ଦେହେରି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଅତିଥିମାନେ ମାଁ ସମଲେଶ୍ବରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପୂଜାର୍ଚ୍ଚନା ପରେ ଅତିଥିମାନେ ଉଦବୋଧନ ଦେଇ ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ। ଏଥ୍‌ସହ ନୂଆଁଖାଇ ପାଳନ ପରମ୍ପରା ଏବେ କେବଳ ପଶ୍ଚିମ ଓଡିଶା ନୁହେଁ ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ପାଳିତ ହୋଇଥିବାରୁ ଏହା ସମାଜକୁ ଏକ ଭାଇଚାରାର ସୂତ୍ରରେ ବାନ୍ଧି ରଖିବାର ଅନନ୍ୟ ଗଣପର୍ବ ଭାବରେ ମାନ୍ୟତା ପାଇବାକୁ ଯାଉଛି ବୋଲି ଅତିଥିମାନେ କହିଥିଲେ। ଆୟୋଜକ ଡ. ଜନନୀ ମିଶ୍ର, ସୁଶାନ୍ତ ମହାପାତ୍ର,ଅଙ୍କିତ ସାହୁ ଓ ରମାକାନ୍ତ ବିଶ୍ବାଳ
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପସ୍ଥିତ ଥିବା ଅତିଥିମାନଙ୍କ ସହ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ମାନଙ୍କୁ ଆୟୋଜକମାନଙ୍କ ପକ୍ଷରୁ ମାଁ ସମଲେଶ୍ବରୀଙ୍କ ଫଟୋ ସହ ଏକ ସ୍ମୃତି ଚିହ୍ନ ଏବଂ ଉପଢୈାକନ ଦେଇ ସମ୍ମାନିତ କରାଯାଇଥିଲା। ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହ ରିତେଶ କୁମାର ପୁହାଣ, ମାନିକ ଦାସ, ଦମୟନ୍ତୀ ରାଏ,ସୌରା ପଟ୍ଟନାୟକ, ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ମଞ୍ଚରେ ଝଙ୍କାର ପକ୍ଷରୁ
ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ
ହୋଇଥିଲା। ଏଥିରେ ଉପସ୍ଥିତ ଦର୍ଶକ
ଆୟୋଜକମାନେ
ନାଚ ଗୀତର ଝୁମି ଉଠିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ