Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଗଡ଼ ଜିଲ୍ଲା ଠିକାଦାରଙ୍କ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ନିକଟରେ ଦାବୀ

ପୂର୍ତ୍ତ ବିଭାଗର ଦେବଗଡ଼ ରାସ୍ତା ଓ ଗୃହ ବିଭାଜନ ରେ ସ୍ଥାୟୀ ଅଧିକ୍ଷଣ ଯନ୍ତ୍ରୀ ପଦବୀ ପୂରଣ ନେଇ ଦେବଗଡ଼ ଜିଲ୍ଲା ଠିକାଦାରଙ୍କ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ନିକଟରେ ଦାବୀ।ବିଗତ ବର୍ଷେ ରୁ ଉର୍ଦ୍ଧ ସମୟ ଧରି ପୂର୍ତ୍ତ ବିଭାଗର ଦେବଗଡ଼ ରାସ୍ତା ଓ ଗୃହ ବିଭାଜନ ରେ ସ୍ଥାୟୀ ଅଧିକ୍ଷଣ ଯନ୍ତ୍ରୀ ନ ଥିବାରୁ ଅକଥନୀୟ ଦୁର୍ଦ୍ଦଶା ର ସମ୍ମୁଖୀନ ହେଉଥିବାରୁ ଆଜି ଦେବଗଡ଼ ଜିଲ୍ଲା ଠିକାଦାର ସଂଘର ସଭାପତି ଇଂ ସୁଜିତ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଅନେକ ଠିକାଦାର ଦେବଗଡ଼ ଜିଲ୍ଲାପାଳ ଙ୍କ ନିକଟରେ ୭ ଦିନ ମଧ୍ୟରେ ସ୍ଥାୟୀ ଅଧିକ୍ଷଣ ଯନ୍ତ୍ରୀ ପଦବୀ ପୂରଣ ନେଇ ଲିଖିତ ଦାବୀ ଜଣାଇଛନ୍ତି। ଏହି ଦାବୀ ପୂରଣ ନିମନ୍ତେ ପଦକ୍ଷେପ ନ ନିଆଗଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ରାସ୍ତାକୁ ଓହ୍ଲାଇବାକୁ ଲିଖିତ ଚେତାବନି ଦେଇଛନ୍ତି। ଉକ୍ତ ଦାବି ପ୍ରଦାନ ସମୟରେ ସଂଘ ସାଧାରଣ ସମ୍ପାଦକ ପ୍ରଜିତ କୁମାର ଭୋଜ, ବରିଷ୍ଠ ଠିକାଦାର ହରିହର ପାଣି, ଇଂ ଅଜୟ ପ୍ରଧାନ, କିଶୋର ଚନ୍ଦ୍ର ଦାସ,, ନନ୍ଦକିଶୋର ମହାପାତ୍ର, ଙ୍କ ସମେତ ଯୁବ ଠିକାଦାର ଇଂ ନିହାର ରଞ୍ଜନ ପଟେଲ, ଇଂ ତପନ କୁମାର ସାହୁ, ଅନୁପମ ମୋଦୀ, ଇଂ କୁମାର ସ୍ୱସ୍ତିକ ମହାପାତ୍ର, ଧିରେନ ସାହୁ, ପ୍ରତାପ ଦେବ ଉପସ୍ଥିତ ଥିଲେ।