Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠେଲକୋଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ସୁରଭି ୨୦୨୩ ଅନୁଷ୍ଠିତ। 

ରେଙ୍ଗାଲି/ସମ୍ବଲପୁର-୧୦/୧୦ (ରମାକାନ୍ତ ବିଶ୍ବାଳ)
ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଠେଲକୋଲୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଖିଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୧୧ଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ସହିତ ତାଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ପଦ୍ମନାଭ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଧୁରୀ ମିଶ୍ର ସଭାପତିତ୍ୱ କରିଥିଲେ। ସିଆରସି ଶ୍ରୀମତୀ ରୁକ୍ମିଣୀ ବାଦୀ ସମସ୍ତ କାର୍ଯ୍ୟ ର ପରିଚାଳନା ଭାର ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ କୁ ତୁଲାଇବାରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଯୋଗେନ୍ଦ୍ର ବାଗ, ଶିକ୍ଷୟିତ୍ରୀ ଶ୍ରୀମତୀ ସୁସ୍ମିତା ସାହୁ, ଶ୍ରୀମତୀ ଲିଲି କୁମାରୀ ସା, ଶ୍ରୀମତୀ ସାବିତ୍ରୀ ମେହେର ତଥା ଶ୍ରୀମତୀ ଆରତୀ ପଧାନ ସହଯୋଗ କରିଥିଲେ।ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖିଣ୍ଡା କ୍ଳଷ୍ଟର ର ଶ୍ରୀ ଋତୁରାଜ ମାଝୀ, ଶ୍ରୀ ତ୍ରିଲୋଚନ ପଟ୍ଟନାୟକ, ଶ୍ରୀମତୀ ପଙ୍କଜିନି ସାହୁ, ଶ୍ରୀ ଲଳିତ ବଳୁଆ ପ୍ରଭୁତି ସହଯୋଗ କରିଥିଲେ। SMC ଚ୍ୟାର୍ମେନ୍ ଶ୍ରୀ ଗୁଣନିଧି ନାୟକ ଙ୍କ ସହିତ ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ସ୍ୱାଗତ ଯୋଗ୍ୟ ଥିଲା। ଏହି ଦିନ ହୋଇଥିବା ଚିତ୍ରାଙ୍କନ,ବକୃତା, ଗିତ ତଥା ଅନେକ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ପରିଶେଷରେ ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନଲୋଭା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ