ଦେବଗଡ଼ ଜିଲ୍ଲା ରେ ମିଶନ ଶକ୍ତି ସ୍କୁଟର ଯୋଜନା ଶୁଭାରମ୍ଭ


ଦେବଗଡ଼ ଜିଲ୍ଲା ମିଶନ ଶକ୍ତି ସ୍କୁଟର ଯୋଜନା ଶୁଭାରମ୍ଭ ହୋଇଯାଇଛି । ପୂର୍ବାହ୍ନ ଓଶ୍ଵାନ ଠାରେ ଭିଡ଼ିଓ କନଫରେନ୍ସ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଜନା ପ୍ରଥମେ ଶୁଭାରମ୍ଭ କରିବା ପରେ ପରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ,ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଓ ପୌରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଈ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା ରେମିଶନ ଶକ୍ତି ଅଧିନରେ କାର୍ଯ୍ୟରତ ଗୋଷ୍ଠୀ ସହାୟକା, ମୁଖ୍ୟ ନଥି ପତ୍ର ଲେଖିକା, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣି ମିତ୍ର ଓ କାର୍ଯ୍ୟକାରୀ କମିଟି ସଦସ୍ୟ ୬୫ ଟି ସ୍କୁଟର ପ୍ରଦାନ କରାଯାଇଛି । ମିଶନ ଶକ୍ତି ମାଆ ମାନେ ଆହୁରି ଗତିଶୀଳ ହୋଇ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବେ ଓ ସମସ୍ତ ସ୍ଵୟଂ ସହାୟିକା ଗୋଷ୍ଠୀ ର ବିକାଶ ଦିଗରେ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ପରିଚାଳିକା ମିଶନ ଶକ୍ତି ସ୍ମରଣିକା ମହାପାତ୍ର, ବ୍ୟାଙ୍କ୍ ଶାଖା ପରିଚାଳକ ଏଲଡିଏମ୍, ଆରଟିଓ, ମିଶନ ଶକ୍ତି ମାଆ ମାନେ ଓ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରମୁଖ ଉପସ୍ଥିତ ଥିଲେ ।