ଦେବଗଡ଼:ବାରକୋଟ ଥାନାଚଂଳର ୪୯ନଂ ଜାତୀୟ ରାଜପଥର ବମପରଡା ଗ୍ରାମ ନିକଟରେ ଆଜି ସଂଧ୍ୟାରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରକୋଟ ଥାନାଚଂଳର କତରାପାଲି ଗ୍ରାମର କୁଶ ନାଏକ। ମିଳିଥିବା ସୂଚନା ଅନୁଯାୟୀ, କୁଶ ଆଜି ସଂଧ୍ୟା ସମୟରେ କୌଣସି କାମରେ ବମପରଡା ଗ୍ରାମକୁ ଆସିଥିଲା । ତେବେ କାମ ସାରି ନିଜ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ୪୯ନଂ ଜାତୀୟ ରାଜପଥର ବମପରଡା ଗ୍ରାମ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ହଁି କୁଶଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ବାରକୋଟ ଥାନା ପୁଲିସ ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଜଣା ଗାଡି ଧକ୍କାରେ ଯୁବକ ମୃତ
