Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିସାଶହେ ସମାଜ ଲପଙ୍ଗା ପୀଠ ତରଫରୁ ସାଧାରଣ ବୈଠକରେ ୩.୫ ଲକ୍ଷ ଟଙ୍କା ଦାନର ଘୋଷଣା

ସମ୍ବଲପୁର/ରେଙ୍ଗାଲି -୧୪/୧୦ (ରମାକାନ୍ତ ବିଶ୍ବାଳ)
ବିସାଶହେ ସମାଜର ସାଧାରଣ ବୈଠକ ଶନିବାର ଲପଙ୍ଗା ପିଠରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଭଲି ଆଜି ମଧ୍ଯ ସର୍ବ ପ୍ରଥମେ ମାଁ ରାମଚଣ୍ଡୀଙ୍କ ଠାରେ ଦୀପ ପ୍ରଜ୍ଜଳନ ପୂର୍ବକ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପରେ ମାଁ ରାମଚଣ୍ଡିଙ୍କ ସୁନ୍ଦର ସଙ୍ଗୀତ ପରିବେଷଣ ହୋଇଥିଲା l ଏକ ବର୍ଷ ଭିତରେ ସମାଜର କିଛି ଲୋକଙ୍କ ପରଲୋକ ହୋଇଥିବାରୁ ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା l ପରେ ସାଧାରଣ ବୈଠକ ଅନୁଷ୍ଠିତ ହେଇଥିଲା ଏହି ବୈଠକରେ ଚଲିତ ବର୍ଷ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାର ଛାତ୍ର ଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସୁନାମ ଆଣି ଥିବାରୁ ସମ୍ମାନୀତ କରାଯାଇ ମେଟ୍ରିକ୍ ର ୧୮ ଜଣ ଓ ଯୁକ୍ତ ଦୁଇ ର ୭ ଜଣକୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିଲା। କୃଷି କର୍ମ କ୍ଷେତ୍ରରେ ଭଳ ଚାଷ କାମ କରି ନିଜ ଛୁଆ ପିଲାଙ୍କୁ ଶିକ୍ଷିତ କରିଥିବାରୁ କୁମ୍ଭାରୀ ଗ୍ରାମର ଶ୍ରୀବତ୍ସ ସାହୁ ଙ୍କୁ ସମ୍ମାନୀତ କରାଯାଇଥିଲା। ଟାମ୍ପରକେଲା ଗ୍ରାମର ଜଗମୋହନ ସାହୁ ଙ୍କୁ ପୀଠ ଗୈରବ ସମ୍ମାନ ଦିଆଯାଇଥିଲା । ସେହିପରି ଶ୍ରବଣ କୁମାର ସମ୍ମାନ ନିଜର ବାପା ମାଁଙ୍କୁ ଛୋଟ ସମୟରୁ ସେବା କରି ଲୋକଙ୍କ ପ୍ରଶଂସା ପାତ୍ର ହୋଇ ଥିବାରୁ ଝାରସୁଗୁଡ଼ା ଜିଲ୍ଲା ରଘୁନାଥପାଲି ଗ୍ରାମର ମିଲନ ପ୍ରଧାନ ଙ୍କୁ ସମ୍ମାନୀତ କରାଯାଇଥିଲା l ପୀଠ ତରଫରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ସମ୍ମାନିତ କରିଥିଲେ l ଆଜିର ପ୍ରସାଦ ସେବନ ର ସମସ୍ତ ଖର୍ଚ୍ଚ ଖିଣ୍ଡାର ଛବିଲ ଚନ୍ଦ୍ର ବିଶି ବହନ କରି ପୀଠ ର ଉନ୍ନତି ନିମନ୍ତେ ୧ ଲକ୍ଷ ଟଙ୍କା ଦାନ କରିଥିଲେ।ସେହି ଟଙ୍କା ର ସୁଧ ପ୍ରତି ବର୍ଷ ପ୍ରସାଦ ରେ ଲାଗିବ ବୋଲି ଘୋଷଣା କରିଥିଲେ l ସେହିପରି ରାଜେନ୍ଦ୍ର ସାହୁ ଓ ତାଙ୍କ ଧର୍ମ ପତ୍ନୀ ପୁଷ୍ପାଞଲୀ ସାହୁ ୨.୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ପାଇଁ ସୁଧ ର ଟଙ୍କା ଖର୍ଚ୍ଚ ହେବ ବୋଲି ସଭାରେ ଘୋଷଣା କରିଥିଲେ l ସଭାର ମୁଖ୍ୟ ଅତିଥି ଭାବେ ଭ୍ରମର ବଢେଇ ଯୋଗ ଦେଇଥିବା ବେଲେ ସଭା ପରିଚାଳନା କରିଥିଲେ ଜଗନ୍ନାଥ ପ୍ରଧାନ ଓ ରମେଶ ଚନ୍ଦ୍ର ବାରିକ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ