Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ଠାରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ କଂଗ୍ରେସ ସଭାପତି ସୁରେଶ ଚୌଧୁରୀ ଙ୍କ ନେତୃତ୍ୱରେ ଶନିବାର ପଦଯାତ୍ରା ତଥା ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କଂଗ୍ରେସକର୍ମୀମାନେକର୍ଲାମୁଣ୍ଡାବ୍ଳକସଦର,ଓଡ଼ିଆମୁଣ୍ଡା,ରିଷିଡା,ତେରେସିଙ୍ଗା, ବେଲପଡା,ବିନ୍ଧାଣି, ପୁଟୀଗା ପ୍ରଭୂତି ଗାଁ ମାନଙ୍କୁ ପଦଯାତ୍ରା ରେ ପହଞ୍ଚି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତା ଉପରେ ଲୋକ ଙ୍କୁ ସଚେତନ କରିଥିଲେ।ଏଥିରେ ବରିଷ୍ଠ କଂଗ୍ରେସ ନେତା ବିଭୁତି ଭୂଷଣ ମହାକୁଡ଼, ହେମ ସାଗର ସାହୁ, ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଟିକେମନ ଦୀପ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମାହେନ୍ଦ୍ରୀ ସାହୁ ଙ୍କ ସମେତ କଂଗ୍ରେସ କର୍ମୀ ଚୈତନ୍ୟ ସାହୁ,ବିଦ୍ୟା ସାହୁ,ହେମନ୍ତ ସାହୁ ,ବିହାରୀ ଲାଲ ସାହୁ,ଶଙ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ