Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୈଦାରନୂଆପାଲି ସ୍ଥିତ ମାଁ କାମାକ୍ଷ୍ଯା ଦେବୀ ଙ୍କ ଧବଳମୁଖୀ ବେଶ।

ସମ୍ବଲପୁର :ଶାରଦୀୟ ନବରାତ୍ରୀ ପୂଜା ଉପଲକ୍ଷେ ଆଜି ଭୋର ରୁ ମାଁ କାମାକ୍ଷ୍ଯା ଦେବୀ ଙ୍କ ସ୍ବତନ୍ତ୍ର ଶୃଙ୍ଗାର ଧବଳମୁଖୀ ବେଶ କରାଯାଇ ମାଁ ଙ୍କ ପୂଜା କରାଯାଇ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲାଯାଇ ଥିଲା, ମୂଖ୍ୟ ପୂଜାରୀ ପଣ୍ଡିତ ଜୟ ଗୋପାଳ ସୁଆର ମାଁ ଙ୍କୁ ଶୃଙ୍ଗାର କରିଥିଲେ ତାଙ୍କୁ ପଞ୍ଚାନନ ଦେହୁରୀ ସହଯୋଗ କରିଥିଲେ, ସକାଳୁ ସକାଳୁ ଭକ୍ତମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା। ନବରାତ୍ର ପାଇଁ ମନ୍ଦିର କୁ ବିଭିନ୍ନ ଆଳୋକ ମାଳାରେ ସୁସଜ୍ଜିତ କରାଯାଇଛି। ଆସନ୍ତା କାଲି ରବିବାରରେ ମାଁ କାମାକ୍ଷ୍ଯା ଦେବୀ ଙ୍କ ନବରାତ୍ର ପାଇଁ କଳସ ଯାତ୍ରା ଅନୁଷ୍ଠିତ ହେବ, ମାନସିକ ଦୀପ ପ୍ରଜ୍ବଳନ କରାଯିବ, ପ୍ରତ୍ୟେକ ଦିନ ମାଁ ଙ୍କୁ ବିଭିନ୍ନ ରୂପରେ ପୂଜା,ହୋମ, ଚଣ୍ଡୀପାଠ କରାଯିବ, ଭକ୍ତ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯିବ,ମନ୍ଦିର ପରିଚାଳନା କମିଟି ତତ୍ବାବଧାନରେ ବୈଦାରନୂଆପାଲି ଗ୍ରାମ ର ଗ୍ରାମ ବାସି ମହାଷ୍ଟମୀ ଦିନ ଗ୍ରାମ ଦେବୀ ସମଲେଇ ଙ୍କ ଠାରୁ ପାହୁର ଭାର ଏବଂ ବିରାଟ ଜୁଗାର ଆଣି ମାଁ କାମାକ୍ଷ୍ଯା ଙ୍କୁ ଅର୍ପଣ କରିବେ ।