Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇବର ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

ଦେବଗଡ଼:ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ଗତ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ସାଇବର ସଚେତନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ସଂଧ୍ୟାରେ ସ୍ଥାନୀୟ ଗୋପାଳଜୀୟ ମନ୍ଦିରର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟଅତିଥି, ଏସପି ପ୍ରଦ୍ୟୁମ୍ନ ମିଶ୍ର, ଉପଜିଲ୍ଲାପାଳ ପରିକ୍ଷୀତ ସାହୁ, ଅତିରିକ୍ତ ଏସପି ହେମନ୍ତ ପଣ୍ଡା, ଷ୍ଟେଟ୍ ବ୍ୟାଙ୍କ୍ ଦେବଗଡ ଶାଖାର ମୁଖ୍ୟ ପରିଚାଳକ ସୁଶାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଇବର ଠକେଇର ଶିକାର ହେବା ସହିତ ନୀରିହ ଲୋକଙ୍କ ଆକାଉଣ୍ଟକୁ ସାଇବର ଠକ ମାନେ ଖାଲିକରିଦେଉଥିବାବେଳେ ଏଦିଗରେ ସମସ୍ତେ ସଚେତନ ହେବା ନିତାନ୍ତ ଜରୁରୀ ବୋଲି ନିଜର ବକ୍ତବ୍ୟ ରଖିଥିଲେ । ଗତ ୨ ତାରିଖ ଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ପୁଲିସ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମ, ବିଦ୍ୟାଳୟ , କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହିତ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ ବିଭାଗର ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଦେବଗଡ ଥାନା ଅଧିକାରୀ ସରୋଜ ସେଠୀ,ଡିଆଇପିଆରଓ ମନୋରଞ୍ଜନ ସୂତାରଙ୍କ ସମେତ ବୁଦ୍ଧିଜୀବି, ବିଭିନ୍ନ ସଂଗଠନର ସଦସ୍ୟ ଓ ପୁଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।ଏହାପରେ ସାଇବର ଠକେଇ ସଚେତନତା ସଂପର୍କିତ ଏକ ନାଟକ ପ୍ରଦର୍ଶିତ ହୋଇଥିଲା ।