Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁସ୍ଥତା, ସଦଭାବନା ଏବଂ ନିଶାମୁକ୍ତି ସଂକଲ୍ପ ନେଇ ଛତିଷଗଡରୁ ପୁରୀକୁ ଦୌଡ଼‌ୁଛନ୍ତି ଅନୀଲ ଗୁପ୍ତା। (ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା)

ସମ୍ବଲପୁର, ୧୭/୧୦ (ରମାକାନ୍ତ ବିଶ୍ବାଳ) ମାରଥନ ଦୌଡ ପାଇଁ ଛତିଷଗଡ ରାଜ୍ଯ ରେ ପରିଚିତ ଅନିଲ ଗୁପ୍ତା ଯୁବକ ମାନଂକୁ ସୁସ୍ଥ ରହିବା ପାଇଁ ସଚେତନ କରିବା ସହ ମହାନଦୀ ଜଳବିବାଦ ପାଇଁ ପଶ୍ଚିମାଞ୍ଚଳ ଏବଂ ଛତିଷଗଡର ଜନସାଧାରଣଙ୍କ ମଧ୍ଯରେ ଉପୁଜିଥିବା ମତ ପାର୍ଥକ୍ୟ ଦୁର କରିବା ସହ ଯୁବ ମାନଂକୁ ନିଶାସେବନରୁ ନିବୃତ୍ତ ରହି ସୁସ୍ଥ ଜୀବନ କାଟିବା ପାଇଁ ସଂକଲ୍ପ ନେଇ ଛତିଷଗଡ ର ରାୟଗଡ଼ ଜିଲ୍ଲା ଧୌରାଭଟା ରୁ ପୁରୀକୁ ପଦଯାତ୍ରା କରଛନ୍ତି। ଦିନକୁ ପ୍ରାୟ ୫୦ ରୁ ୬୦ କିଲୋମିଟର ସେ ଦୌଡ଼ି ଦୌଡ଼ି ଯାତ୍ରା କରୁଛନ୍ତି। ଆଜି ବେଲପାହାଡ ରୁ ବାହାରି ସମ୍ବଲପୁର କଚେରୀ ଛକ ପହଞ୍ଚିବା ରପର ତାଙ୍କୁ ସାମାଜିକ ଏବଂ ସାଂସ୍କୁୃତିକ୍ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସ୍ବାଗତ କରାଯିବା ସହ ତାଙ୍କର ପ୍ରଚେଷ୍ଟା ପାଇଁ ପୁଷ୍ପ ମାଲ୍ୟ ଏବଂ ଉତରିୟ ଦେଇ ସମ୍ବର୍ଦ୍ଧନା ଦିଆଯାଇ ଥିଲା। ସେ କଚେରୀ ଛକ ପହଞ୍ଚିବା ପରେ ଶହୀଦ୍ ସ୍ତମ୍ଭ ରେ ମାଲ୍ୟାର୍ପଣ କରିବା ପରେ ନିଜର ଯାତ୍ରା ର ଅଭିପ୍ରାୟ ବଣ୍ଣନା କରିଥିଲେ। ତାଙ୍କର ଯାତ୍ରା ରେ ତାଙ୍କର ବନ୍ଧୁ ବିଭୁତି ଗୁପ୍ତା ସହଯୋଗ କରୁଛନ୍ତି। ଆଜିର ସ୍ବାଗତ କାର୍ଯ୍ୟକ୍ରମ ରେ ପଶ୍ଚିମାଞ୍ଚଳ ଏକତା ମଂଚ ର ଉପଦେଷ୍ଟା ଡ ପ୍ରମୋଦ ରଥ, ଆବାହକ ଭବାନୀଶ ଭୋଇ, ମୁଖ୍ଯ ସଂଯୋଜକ ମାନସ ରଂଜନ ବହିଦାର, ପ୍ରଫୁଲ୍ଲ ଦାସ, ଶରତ ବହିଦାର, ତ୍ରୁପ୍ତି ପଣ୍ଡା,ଗୁଡ୍ଡି ପାତ୍ର,ସୁରେନ୍ଦ୍ର ବଗର୍ତୀ,ଭୋଜରାଜ ପାତ୍ର, ହ୍ରୁଷିକେଷ ଅମାତ ପ୍ରମୁଖ ସାମିଲ ହୋଇଥିଲେ। ଆଜି ଧନୁପାଲିରେ ରାତ୍ରି ଯାପନ କରି ସକାଲୁ ପୁଣି ଦୌଡ ଆରମ୍ଭ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ