Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସ ଏଜୁକେଶନ ଠାରେ ବୋର୍ଡ ପରୀକ୍ଷା

ସେମିଳିଗୁଡା: ୨୨/୧୦/୨୩: ସେମିଳିଗୁଡା ସ୍ଥିତ ଏସ ‘ଏଜୁକେଶନ ଶିକ୍ଷାନୁଷ୍ଠାନ ରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଭବାନୀ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଦେଶକ ରାଜ ନୃସିଂହ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ ଜୀବନରେ ସଫଳତା ହାସଲ କରିବା ପାଇଁ ଛାତ୍ର ଛାତ୍ରୀ ମାନେ କିଭଳି ନିଜକୁ ପ୍ରସ୍ତୁତ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ନିଜର ଦିନଚର୍ଯ୍ୟା କୁ ଶୃଙ୍ଖଳିତ ରଖିବା ପାଇଁ ସର୍ବଦା ଶାନ୍ତ ରହିବା ସହ ମୃଦୁ ସଙ୍ଗୀତ ଶୁଣିବା, ଏକାଗ୍ରତା ସହ ଅଧ୍ୟୟନ ପାଇଁ ‘ ପୋମୋଡୋରୋ ‘ ପଦ୍ଧତି ଅବଲମ୍ବନ କରି ସମୟର ସଦୁପଯୋଗ କରିବା, ଅବାଞ୍ଛିତ, ବିଫଳତା ର କିପରି ମୁକାବିଲା କରିବେ ଏବଂ ଶାରୀରିକ ଶକ୍ତି, ମାନସିକ ଶକ୍ତି, ଆଧ୍ୟାତ୍ମିକ ଶକ୍ତି ଏବଂ ଶିକ୍ଷାଗତ ଶକ୍ତି ର କିଭଳି ବିକାଶ କରିବେ ସେ ସମ୍ପର୍କରେ ଶ୍ରୀଯୁକ୍ତ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏତଦ୍ ବ୍ୟତୀତ ଅଭିଭାବକ, ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦାୟିତ୍ଵ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। ଏହି ଅବସରରେ ‘ ଏସ ‘ ଏଜୁକେଶନ ଶିକ୍ଷାନଷ୍ଠାନ ର ଏକାଡେମୀକ୍ କୋର୍ଡିନଟର ଅମିୟ ରଞ୍ଜନ ବେହେରା ଉପସ୍ଥିତ ଥିଲେ।ଏସ ଏଜୁକେସେନ ଠାରେ ବୋର୍ଡ ପରୀକ୍ଷା
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories