ଭବାନୀପାଟଣା, ୨୬/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସରକାରୀ ଡାକ୍ତର ଖାନା ସମେତ ଜିଲ୍ଲାରେ ୧୯ ଗୋଟି ସରକାରୀ ଡାକ୍ତର ଖାନା ଅଛି । ଏହା ସହ ୧୬ ଗୋଟି ନର୍ସିଂ ହୋମ ଏବଂ ୧୦ ଗୋଟି ଅଲଟ୍ରା ସାଉଣ୍ଡ କ୍ଲିନିକ ପଞ୍ଜିକୃତ ହୋଇଛି। ସରକାରୀ ଡାକ୍ତରଖାନା ଗୁଡିକରେ ଚିକିତ୍ସାରେ ହେଉଥିବା ଅବହେଳା ହିଁ ସୃଷ୍ଟି କରିଛି ଘରୋଇ ଚିକିତ୍ସାଳୟ । ସଂଖ୍ୟାଧିକ ଆର୍ଥିକ ସ୍ୱଚ୍ଛଳ ପରିବାର ର ରୋଗୀ ମାନେ ଉପଯୁକ୍ତ ଚିକିତ୍ସା ପାଇବା ଆଶାରେ ଏହି ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବିଜୁ ସ୍ଵାସ୍ତ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ପରିବାର ର ରୋଗୀମାନେ ବି ଗତ କିଛି ବର୍ଷ ହେବ ଘରୋଇ ଚିକିତ୍ସାଳୟ ରେ ନିର୍ଭର କରି ଚିକିତ୍ସିତ ହେଉଛନ୍ତି। ହେଲେ ଜିଲ୍ଲା ରେ ଥିବା ଏହି କ୍ଲିନିକ ଗୁଡିକ ରେ ରୋଗୀଙ୍କୁ ନିର୍ଦ୍ଧାରିତ ସେବା ଓ ସୁବିଧା ସୁଯୋଗ ମିଳୁନଥିବା ଅଭିଯୋଗ ହେଉଛି। ଭବାନୀପାଟଣା ସହରରେ ଜଗନ୍ନାଥ ନେତ୍ରାଳୟ, ଶ୍ରୀ ବାଲାଜୀ ନର୍ସିଂ ହୋମ, ମା ମାଣିକେଶ୍ବରୀ ମଲ୍ଟି ସ୍ପେସିଆଲଟି ହସ୍ପିଟାଲ, ସୁରକ୍ଷା ନର୍ସିଂ ହୋମ, ଚନ୍ଦନ ମେଡିକାଲ ଆଦି ରହିଛି। ଏହି କ୍ଲିନିକ ଗୁଡିକ ଉପଯୁକ୍ତ ଚିକିତ୍ସା ଓ ସେବା ଯୋଗାଇ ଦେଉଛି ବୋଲି ଯେତେ ପ୍ରଚାର ପ୍ରସାର ହେଉଛି ବାସ୍ତବ ରେ ତାହା ନୁହେଁ । ଏଗୁଡିକ ଏକ ସେବା ସଂସ୍ଥା ବଦଳ ରେ ବ୍ୟବସାୟିକ ସଂସ୍ଥା ରେ ପରିଣତ ହୋଇ ଯାଇଛି ବୋଲି ଅଭିଯୋଗ ହେଉଛି । ସରକାର ଙ୍କ ନୀତି ନିୟମ କୁ ସମ୍ପୂର୍ଣ୍ଣ ଭାବେ ଉଲଂଘନ କରି ଚିକିତ୍ସା କରିବା ସହ ପରିବେଶ କୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି । ଏକାଧିକ କ୍ଲିନିକ ରେ ଦଲାଲୀ ମାନେ ରହି ରୋଗୀଙ୍କ ସହ ମୁଲଚାଲ କରିଥାନ୍ତି । କ୍ଲିନିକ ର ସଫେଇ କର୍ମଚାରୀ, ଆମ୍ବୁଲାନ୍ସ ଚାଳକ, କେତେକ ମେଡ଼ିସିନ୍ ରିପ୍ରେଜେଣ୍ଟିଭ ମାନେ ଦଲାଲୀ ର ଭୂମିକା ନିଭାଇଥାନ୍ତି। ଅନୁସନ୍ଧାନ ରୁ ଜଣା ଯାଇଛି ଯେ ସ୍ଥାନୀୟ ମା ମାଣିକେଶ୍ବରୀ ମଲ୍ଟି ସ୍ପେସିଅଲିଟି ହସ୍ପିଟାଲ ରେ ଉପଯୁକ୍ତ ଚିକିତ୍ସା ଓ ସେବା ସଠିକ ଭାବରେ ପାଉଛନ୍ତି କି ନାହିଁ ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହ ତା ଠାରୁ ଅତି ବିପଦ ଜନକ ଘଟଣା ହେଲା ହସ୍ପିଟାଲ ରୁ ବାହାରୁଥିବା ସାଧାରଣ ବର୍ଯ୍ୟ ବସ୍ତୁ ଓ ମାଇକ୍ରୋ ମେଡ଼ିକାଲ ବର୍ଯ୍ୟ ବସ୍ତୁ ଗୁଡିକ ପ୍ରଦୂଷଣ ବୋର୍ଡ ର ନୀତି ନିୟମ କୁ ସମୂର୍ଣ୍ଣ ଭାବେ ଉଲଘ୍ନ କରି ଖୋଲା ମେଲା ଭାବେ ମିନି ଟ୍ରାକ୍ଟରରେ ଉଭୟ ପ୍ରକାର ର ବର୍ଯ୍ୟ ବସ୍ତୁକୁ ସହର ଉପକଣ୍ଠ ରେ ଥିବା ଆବର୍ଜନା ଗଦା ରେ ଅନଲୋଡ଼ କରୁଥିବା ଜଣା ଯାଇଛି । ଭବାନୀପାଟଣା ପୌର ସଂସ୍ଥା ଦ୍ୱାରା ସହର ଉପକଣ୍ଠ ତଥା ନିର୍ମାଣ ଧୀନ ଥିବା ରେଣ୍ଡୋ ମାଝୀ ମେଡିକାଲ କଲେଜ ନିକଟରେ ଏକ ଡମ୍ପ ୟାର୍ଡ ନିର୍ମିତ ହୋଇଛି। ଏଠାରେ ସମସ୍ତ ପ୍ରକାର ବର୍ଯ୍ୟବସ୍ତୁ ପକା ଯାଉଛି। ପ୍ରଦୂଷଣ ବୋର୍ଡ ର ନିୟମ ଅଛି ଯେ ସମସ୍ତ ମେଡିକାଲ ରୁ ନିର୍ଗତ ହେଉଥିବା ସାଧାରଣ ବର୍ଯ୍ୟବସ୍ତ କୁ ଏହି ଡମ୍ପ ୟାର୍ଡ ରେ ଅନଲୋଡ଼ କରାଯିବ ଏବଂ ମାଇକ୍ରୋ ମେଡିକାଲ ବର୍ଯ୍ୟବସ୍ତୁ ଗୁଡିକୁ ବଲାଙ୍ଗୀର ଠାରେ ଥିବା ସିବିଡବ୍ଲ୍ୟୁଟିଫ କୁ ଆଉଟ ସୋରସିଂ ହିସାବରେ ପଠାଯିବାର ନିୟମ ରହିଛି । ହେଲେ ମାଁ ମାଣିକେଶ୍ବରୀ ହସ୍ପିଟାଲ ବେନିୟମ ଭାବେ ଘୋଡାଘାଟ ଠାରୁ ମହାବୀର ପଡା,ଏମ ଏସ ଏ ଛକ, ଦୟାନିଧି ଛକ, କୃଷି ମହାବିଦ୍ୟାଳୟ , ନିର୍ମାଣ ଧୀନ ଥବା ମେଡିକାଲ କଲେଜ ଦେଇ ଦୀର୍ଘ ୪ କିଲୋ ମିଟର ପର୍ଯ୍ୟନ୍ତ ଉଭୟ ବର୍ଯ୍ୟ ବସ୍ତୁ ଖୋଲା ମେଲା ରେ ନିୟମିତ ନେଉଥିବା ଜଣା ଯାଇଛି । ଦୀର୍ଘ ୪ କିଲୋ ମିଟର ଗଲାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ବର୍ଯ୍ୟବସ୍ତୁ ଗୁଡିକ ବିକ୍ଷିପ୍ତ ଭାବରେ ପଡି ପଡି ଯାଇଥାଏ। ଏଥିପ୍ରତି ଟ୍ରାକ୍ଟର ଚାଳକ ସମେତ କାହାରି ବି ଦୃଷ୍ଟିକୁ ଆସୁନାହିଁ। କ୍ଲିନିକ ରେ ଚିକିତ୍ସିତ ହେଉଥିବା ସାଧାରଣ ରୋଗୀ ଓ ସଂକ୍ରମିତ ହେଉଥିବା ଭଳି ରୋଗୀ ଙ୍କ ରକ୍ତ ମଳ ମୂତ୍ର ବ୍ୟାଣ୍ଡଜ, ମାଂସ ପିଣ୍ଡୁଳା ଆଦି ବର୍ଯ୍ୟ ବସ୍ତୁ କୁ ଘୋଡାଇ କରି ନେବା ବଦଳ ରେ ଖୋଲା ମେଲା ନେବା ଦ୍ୱାରା ସଂକ୍ରମିତ ବର୍ଯ୍ୟ ବସ୍ତୁ ରାସ୍ତାରେ ପଡି ଅନ୍ୟକୁ ସଂକ୍ରମିତ ହେବା ସମ୍ଭାବନା ନିଶ୍ଚିନ୍ତ । ଦୀର୍ଘ ବର୍ଷ ହେବ ଏପରି ଚାଲୁଥିବାରୁ ସାଧାରଣ ଲୋକଙ୍କୁ ସଂକ୍ରମିତ ନିଶ୍ଚିନ୍ତ ହୋଇଥିବ ଭଳି କଥାକୁ ଏଡାଇ ଦେଇ ହେବ ନାହିଁ। କୋମଳ ମତି ଛାତ୍ରୀ ଛାତ୍ର ଙ୍କୁ ସହଜ ରେ ରୋଗ ହେବାର ସମ୍ଭାବନା ନିଶ୍ଚିନ୍ତ ରହିଛି । ଏଭଳି ବେନିୟମ କାର୍ଯ୍ୟ ବର୍ଷାଧିକ କାଳ ହେବ ଚାଲିଥିଲେ ବି କେହି ପ୍ରତିବାଦ ନ କରିବା ଏବଂ ପ୍ରଶାସନ ନୀରବ ରହିବା ଭଳି ଘଟଣା ଆଶ୍ଚର୍ଯ୍ୟ କରିଦେଇଛି ।
ସାଧାରଣ ବର୍ଯ୍ୟ ଓ ମାଇକ୍ରୋ ମେଡିକାଲ ବର୍ଯ୍ୟ ଗୁଡ଼ିକୁ କ୍ଲିନିକ ଠାରୁ ଡମ୍ପ ୟାର୍ଡ କୁ ନେଉଥିବା ଗାଡି ଚାଳକ ନିଜ ଶରୀର କୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ଭାବେ ଘୋଡେଇ ରହିବା ଭଳି ପିପିଇ କିଟ ପରିଧାନ କରି ନେବା ର ନିୟମ ରହିଥିଲେ ବି କୌଣସି ସୁରକ୍ଷିତ ପୋଷାକ ପରିଧାନ କରିନଥିବା ଦେଖିବାକୁ ମିଳିଛି । ଏପରିକି ଚାଳକ ଶ୍ରୀ ଗୋପାଳ ଅପରିଷ୍କାର ଓ ଅସୁରକ୍ଷିତ ସ୍ଥାନକୁ ଯାଉଥିଲେ ମଧ୍ୟ ଗ୍ଲୋବ ଓ ଗନ୍ ବୁଟ ମଧ୍ୟ ପରିଧ୍ୟାନ କରିନଥିବା ଦେଖାଯାଇଛି। ଯଦ୍ୱାରା ଗାଡି ଚାଳକ ଏବଂ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ଜଟିଳ ରୋଗ ହେବାର ଯଥେଷ୍ଟ ସମ୍ଭାବନା ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଏହି କ୍ଲିନିକ ରୋଗୀଙ୍କୁ ଚିକିତ୍ସା କରି
ଯେଉଁ ଭଳି ଭାବେ ରୋଗମୁକ୍ତ କରି ପାରୁଛନ୍ତି। ସେହିଭଳି ମାତ୍ରାରେ ମାଇକ୍ରୋ ମେଡ଼ିକାଲ ବର୍ଯ୍ୟ ବସ୍ତୂ ଦ୍ୱାରା ରୋଗର ବାହକ ବି ସାଜିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ହସ୍ପିଟାଲର ଆମ୍ଭୁଲାନ୍ସ ଚାଲକ ବାବୁଲାଲ ଗୋପାଳ ମିନି ଟ୍ରାକ୍ଟର ନଂ ଓଡ଼ି ୦୮ ଡି-୮୭୪୩ ରେ ପ୍ରତିଦିନ ସକାଳେ ମିନି ଟ୍ରାକ୍ଟରରେ ବର୍ଯ୍ୟ ବସ୍ତୂ ଅନଲୋଡ଼ କଲା ପରେ ପୁଣି ଗୁରୁତର ରୋଗୀଙ୍କୁ ନେବା ଆଣିବା ପାଇଁ ସେହି ଅପରିଷ୍କାର ପୋଷାକ ପରିଧ୍ୟାନ କରି ଆମ୍ବୁଲାନ୍ସ ଗାଡି ଚଳାଇଥାନ୍ତି । ଏହା ସମସ୍ତଙ୍କୁ ବେଶୀ ଆଶ୍ଚର୍ଯ୍ୟ କରି ଦେଇଛି । ଗାଡି ଚାଳକ କୁ ପିପିଇ କିଟ ଦିଆ ଯାଉ ନଥିବା ବେଳେ ପରିଷ୍କାର ପରିଛନତା ପାଇଁ ସାନି ଟାରି ର ବ୍ୟବସ୍ଥା ନାହିଁ । ଦୁଇଟି କାର୍ଯ୍ୟ ପାଇଁ ଜଣେ ଚାଳକ ନିଯୁକ୍ତି ସରକାର ଙ୍କ ପ୍ରଦୂଷଣ ଆଇନ କୁ ଭୃକ୍ଷେପ କରୁଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ବର୍ଯ୍ୟ ବସ୍ତୁ ଅନଲୋଡ଼ ସମୟ ରେ ଛୋଟ ଛୋଟ ମାଂସ ପିଣ୍ଡୁଳା ପଡ଼ି ରହିଥିବା ଦେଖା ଯାଇଥିଲା । ଏହାକୁ ଦେଖି ଉପସ୍ଥିତ ଲୋକେ ଭୃଣ ହତ୍ୟା ଭଳି ଘଟଣା କୁ ସନ୍ଦେହ କରୁଥିବା ଜଣାଯାଇଛି। ଏହି ସବୁ ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡାଙ୍କୁ ସାକ୍ଷାତ କରିବାରୁ ସେ କହିଲେ ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ଡ୍ରାଇଭର ଓ ବର୍ଯ୍ୟ ବସ୍ତୁ ଅନଲୋଡ଼ କରିବା ଡ୍ରାଇଭର ହୋଇ ପାରିବେ ନାହିଁ । ସାଧାରଣ ବର୍ଯ୍ୟ ବସ୍ତୁ କୁ କଭର କରି ନେବା ଉଚିତ ଏବଂ ମାଇକ୍ରୋ ମେଡିକାଲ ବର୍ଯ୍ୟ ବସ୍ତୁ କୁ ବଲାଙ୍ଗୀର ସ୍ଥିତ ସିବିଡବ୍ଲ୍ୟୁଟିଫ କେନ୍ଦ୍ର କୁ ନେବା ନିୟମ ରହିଛି । ଏହି ସବୁ ବେନିୟମ କାର୍ଯ୍ୟ ପ୍ରଦୂଷଣ ବୋର୍ଡ ର ନୀତି ନିୟମ କୁ ଖୁଲମଖୁଲା ଉଲ୍ଲଘନ କରାଯାଉଛି । ଏହି ସବୁ ଘଟଣା ର ଅନୁଧ୍ୟାନ କରାଯାଇ କ୍ଲିନିକ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ କରାଯିବ ବୋଲି ପ୍ରକାଶ କରିଥିଲେ ।
ମାଁ ମାଣିକେଶ୍ବରୀ ମଲ୍ଟି ସ୍ପେଶାଳିଷ୍ଟ ଘରୋଇ ଚିକିତ୍ସାଳୟ ସାଜିଛି ରୋଗର ବାହାକ
