Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବଗଡ଼ ଜିଲ୍ଲାକୁ ଅଗ୍ରଣୀ କୃଷିଭିତ୍ତିକ ଅର୍ଥନୀତିରେ ପରିଣତ କରିବା ପାଇଁ ସମସ୍ତେ ଉଦ୍ୟମ କରିବା- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ପୁରୁଣାଗଡସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗରିବ, ମହିଳା, ଚାଷୀ, ବଞ୍ଚିତ, ଯୁବକଙ୍କ ପାଇଁ ହୋଇଥିବା ଲୋକାଭିମୁଖୀ ଯୋଜନାକୁ ଦେବଗଡ଼ର ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ବୈଠକରେ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ଏହାସହିତ ବୁଥ ସ୍ତରରେ ଦଳର ସଂଗଠନର ସ୍ଥିତିକୁ ମଜବୁତ କରିବା ସହିତ ଅଧିକ ପରିଶ୍ରମ କରିବା ପାଇଁ ଶ୍ରୀ ପ୍ରଧାନ ଉପସ୍ଥିତ ବିଜେପିକର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି କରିବା ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି । ନୂଆ ରେଳ ଲାଇନ ଶିଳ୍ପ ସମୃଦ୍ଧ ଅଞ୍ଚଳ ଝାରସୁଗୁଡା ଠାରୁ ଦେବଗଡ଼ ଜିଲ୍ଲାର ବାରକୋଟ୍ ସହ ସଂଯୋଗ କରିବ । ଏହା ଦ୍ୱାରା ଜିଲ୍ଲାର ଭୌଗୋଳିକ ଅବସ୍ଥିତି ଅନୁସାରେ ଦେବଗଡ ଜିଲ୍ଲାରେ ନୂତନ ବିକାଶ ଧାରା ଆଗେଇବ । ଦେବଗଡ ଆମ ରାଜ୍ୟର ଉନ୍ନତ କୃଷି ପ୍ରଧାନ ଅଞ୍ଚଳ । ପନିପରିବା, କୁକୁଡା ଚାଷ, ଦୁଗ୍ଧ ଚାଷ ଭଳି ଅନେକ ସମ୍ଭାବନା ଏଠାରେ ଅଛି । ମା ଦୁର୍ଗାଙ୍କ ଆଶୀର୍ବାଦରେ ଦେବଗଡ ଜିଲ୍ଲାକୁ ଅଗ୍ରଣୀ କୃଷି ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ଆମେ ସମସ୍ତେ ପ୍ରଚେଷ୍ଟା କରିବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଉକ୍ତ ବୈଠକରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ସାଧାରଣ ସଂପାଦକ ସଚ୍ଚିକାନ୍ତ ଦାଶ, ରଣଜିତ ପଟେଲ, ସମୀର ସାହୁ, ପୌରପରିଷଦ ଉପନଗରପାଳ ପ୍ରଜିତ ଭୋଜ , ବରିଷ୍ଠ ବିଜେପି ନେତା ରୋହିତ ଗଙ୍ଗଦେବପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ଉପସଭାପତି ହରମୋହନ ପାଣି, ସତ୍ୟନାରାୟଣ ପାଣି, ବିରଂଚି ବେହେରା, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାରିଣୀ ସଦସ୍ୟ ସୁଧିର ବ୍ରହ୍ମା, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ଭୂତିଆ, ଭୋଳେଶ୍ବର ପ୍ରଧାନଙ୍କ ସମେତ ବହୁ ବିଜେପିକର୍ମୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେପି ଉପସଭାପତି ଭାରତଭୂଷଣ ପ୍ରଧାନ ପରିଚାଳନା କରିଥିଲେ ।