ଦେବଗଡ଼:ବାରକୋଟ ବ୍ଲକର ପୁଇପାଣି- ଗୌଡନାଳୀ ଗ୍ରାମ ରାସ୍ତା ନିକଟରେ ଆଜି ସଂଧ୍ୟାରେ ୨ଟି ବାଇକ ମୁହଁାମୁହଁି ଧକ୍କା ହେବା ଫଳରେ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଦେବଗଡ ଥାନାଚଂଳର କଣ୍ଢଳ ଗ୍ରାମର ଲିପୁନ ସାହୁ(୨୪) । ଏହାସହିତ ବଳମ ଗ୍ରାମର ସଂଜୟ ଦଲେଇ (୨୮) ଗୁରୁତର ଆହାତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଲିପୁନ ଓ ସଂଜୟ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବାବେଳେ ପୁଇପାଣି- ଗୌଡନାଳୀ ଗ୍ରାମ ରାସ୍ତାରେ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହିତ ଧକ୍କା ହୋଇଥିଲା । ଲିପୁନ ଓ ସଂଜୟ ରାସ୍ତା ଉପରକୁ ଛିଟିକି ପଡିଥିଲେ । ସ୍ଥାନୀୟ ଗ୍ରାମବାସୀମାନେ ଲିପୁନ ଓ ସଂଜୟଙ୍କୁ ଉଦ୍ଧାର କରି ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଲିପୁନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନାପାଇ ଦେବଗଡ ଥାନା ପୁଲିସ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।
୨ ବାଇକ ମୁହଁାମୁହଁି ଧକ୍କା, ଯୁବକ ମୃତ ଜଣେ ଆହାତ
