Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାଣ୍ଡିଆ ପାଲି ରେ କୁଲତା ସମାଜର ବାର୍ଷିକ ମହାପୂଜା ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡିଆପାଲି ସ୍ଥିତ ରାମଚଣ୍ଡୀ ପୀଠରେ ଶୁକ୍ରବାର ଆଶ୍ୱିନ ଶୁକ୍ଲ ଚତୁର୍ଦ୍ଦଶୀ ଅବସରରେ ବାର୍ଷିକ ମହାପୂଜା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ରେ ନିକଟସ୍ଥ କୁମାରକେଲି ସୁବର୍ଣ୍ଣମେରୁ ମନ୍ଦିରରେ ଜଳାଭିଷେକ ଓ ଶ୍ରୀରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ।  ପଣ୍ଡିଆପାଲି ଠାରେ ଦେବୀଙ୍କ ପୂଜାର୍ଚ୍ଚନା ଓ ରାତିରେ ମହାପୂଜା ସମ୍ପନ୍ନ ହୋଇଥିଲା । ପୂଜକ ରଞ୍ଜନ ପଧାନ ଓ ସହଯୋଗୀ ଦେବୀ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଦିନ ରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋସ୍ନାମୟୀ ଦୀକ୍ଷିତ ପୁରାଣ ପଠନ କରିଥିବାବେଳେ ଲକ୍ଷ୍ମଣ ତ୍ରିପାଠୀ ପୂଜା କାର୍ଯ୍ୟ ତୁଳେଇଥିଲେ । ଜିଲ୍ଲା କୁଲତା ଜାତି ସମାଜର ମହାସଚିବ ନେତ୍ରାନନ୍ଦ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜର ସଭାପତି ନିଲାଞ୍ଚଳ ବେହେରା ସଭାପତିତ୍ବ କରିଥିଲେ । ଅଞ୍ଚଳର କୁଲତା ସମାଜର ବହୁ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ । ଗଣେଷ ପଧାନ , ଦୀନବନ୍ଧୁ ପଧାନ , ବସନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା , ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା , ଉପାଧ୍ୟକ୍ଷ ନାରାୟଣ ଲୁହା , ଓଡ଼ିଶା ମୋ’ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ ରଥ , ଆଲୋକ ଦେହୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।