ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଦେବଗଡ଼-ଅନୁଗୁଳ ଜାତୀୟ ରାଜପଥ ତେଲିମୁଣ୍ଡା ଠାରେ ରାତି ୩ଟାରେ ଏକ ମାଟି ବୋଝେଇ ହାଇୱା ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ବେରିକେଟକୁ ଭାଙ୍ଗି ନାରାୟଣ ପ୍ରଧାନଙ୍କ ଘରେ ପଶି ଯାଇଛି। ଏଥିରେ ଇଟା, ସିମେଣ୍ଟ ଓ ଆଜବେଷ୍ଟସ ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇ ଥିବା ବେଳେ ନାରାୟଣଙ୍କ ସ୍ତ୍ରୀ ମେନକା ପ୍ରଧାନ ଗୁରୁତର ହୋଇଛନ୍ତି। ଡ଼୍ରାଇଭର ଜଣଙ୍କ ମଧ୍ୟ ଗୁରୁତର ଥିବା ବେଳେ ତିନି ଘଣ୍ଟା ପର୍ଯ୍ୟନ୍ତ ଗାଡ଼ିରେ ଫସି ରହିଥିଲେ।ଖବର ପାଇ ରିଆମାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଗାଡ଼ିର କବାଟ ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରିଥିବା ବେଳେ ଆଜବେଷ୍ଟସ ଫାଡ଼ି ମେନକା କୁ ଉଦ୍ଧାର କରି ଛତାବର ମେଡିକାଲରେ ଭର୍ତ୍ତି କରିଛନ୍ତି।ଏକ ବାଛୁରୀକୁ ଉଦ୍ଧାର କରିଥିବା ବେଳେ ଆଜବେଷ୍ଟସ ତଳେ ଗାଈଟି ରହି ଯାଇଛି।ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି। ଉଦ୍ଧାର ଜାରି ରହିଛି।ହାଇୱା(ଗାଡ଼ି ନଂ-ଏ.ଏସ୍-୦୫-ଏ.ସି.-୦୪୨୬) ଆସାମର ହୋଇଥିବା ବେଳେ ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ମାଟି ଆଣୁଥିଲା। ଡ୍ରାଇଭରଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ।ଖବର ପାଇ ରିଆମାଳ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।କ୍ଷତି ପୂରଣ ନ ମିଳିବା ପର୍ଯ୍ୟନ୍ତ ଗାଡ଼ିକୁ ଛାଡ଼ିବେ ନାହିଁ ବୋଲି ଘର ମାଲିକ କହିଛନ୍ତି।
ଭାରସାମ୍ୟ ହରାଇ ରାସ୍ତା ବେରିକେଟ୍ ଭାଙ୍ଗି ଘରକୁ ପଶିଗଲା ହାଇୱା
