Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା

ଦେବଗଡ଼:ଦେବଗଡ଼ ମହାବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟଅତିଥି, ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳ ମୁଖ୍ୟବକ୍ତା, ଦେବଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦାମ ଚରଣ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଶିକ୍ଷା ସହିତ କଳାର ବିକାଶ ନିତ୍ୟାନ୍ତ ଜରୁରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଲେଟ୍ସର ଉପକାରିତା ଓ ବ୍ୟବହାର ସମ୍ପର୍କରେ ସଚେତନ କରିବା ସହ ମିଲେଟ୍ସକୁ ଆପଣାଇବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଡିଇଓ ବିନୋଦ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବାରକୋଟ ବ୍ଲକ ବିଇଓ ଗାୟତ୍ରୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ତିଲେଇବଣି ବିଇଓ ସିକରେନ୍ଦ୍ର ଛତ୍ରିଆ ଧନ୍ୟବାଦ ଦେଇଥିଲେ । ସମସ୍ତ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ମନୋନୀତ ହୋଇ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂଗୀତ, ନୃତ୍ୟ ଓ ଜଣା ଅଜଣା, ପ୍ରବନ୍ଧ, ଚିତ୍ରାଙ୍କନ ,ଦଳଗତ ନୃତ୍ୟ ଓ ଓଡିଶା ମିଲେଟ୍ସ ଏବଂ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଶୈକ୍ଷିକ ଶିକ୍ଷା ସଂଯୋଜିକା ଜୟଶ୍ରୀ ଅମାତ୍ୟ, ବାଳିକା ଶିକ୍ଷା ସଂଯୋଜିକା ସୀମାରାଣୀ ପାଣିଗ୍ରାହୀ, ଭିନ୍ନକ୍ଷମ ଶିକ୍ଷା ସଂଯୋଜିକା ସୁନିତା ବଢେଇ, ସୁଗୁଡା ସିଆରସିସି ପ୍ରାଣବନ୍ଧୁ ଘଡେଇ ପରିଚାଳନା କରିଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷିକା ନିବେଦିତା ବେହେରା, ସୁରମା ମିର୍ଦ୍ଧା, ଅଧ୍ୟାପକ ଡ.ଭାରତ ଭୂଷଣ ନନ୍ଦ, ଚିତ୍ତରଞ୍ଜନ ଦାସ, ଅବସରପ୍ରାପ୍ତ ଶିକ୍ଷକ ଟିକେଶ୍ବର ସାହୁ, ଜନ୍ମାଜୟ ନାୟକ, ପ୍ରଦୀପ ପାତ୍ର, ଶିବାଶିଷ ଝାଙ୍କର , ରୂପେନ୍ଦ୍ର ଗୁମାନ ସିଂ ପ୍ରମୁଖ ବିଚାରକ ଭାବେ ଦାୟିତ୍ବ ତୁଲାଇଥିଲେ । ସଂଧ୍ୟାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟଅତିଥି, ଅତିରିକ୍ତ ଏସପି ହେମନ୍ତ ପଣ୍ଡା, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମଣ୍ଡଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂ, ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୁରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ରାଜାବାସୁଦେବ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଇଶ୍ବର ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଏଡିଇଓ ଶକୁନ୍ତଳା ଟେଟେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ରିଆମାଳ ଏବିଇଓ ସଂଯୁକ୍ତା ସାମଲ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧାନଶିକ୍ଷକ ମାଧବ ବିଶ୍ବାଳ, ସଂଜୟ ବ୍ରହ୍ମା, ଜିଲ୍ଲା କ୍ରୀଡା ନିରୀକ୍ଷକ ପଦ୍ମଲୋଚନ ପ୍ରଧ‌ାନ, ସିଆରସିସି ଚୂଡାମଣି ସାହୁ, ଫକୀରମୋହନ ପ୍ରଧାନ, ଭେନସ ପ୍ରଧାନ, କୁମୁଦବନ୍ଧୁ ପ୍ରଧାନ, ଦୁଷ୍ମନ୍ତ ସାମଲ , ବିଜୟ ପ୍ରଧାନ , ଦାଶରଥି ପ୍ରଧାନ , ପ୍ରଭାତ ପ୍ରଧାନ,ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଗୌରହରି ସାହୁ, ଶ୍ରୀନିବାସ ପଣ୍ଡାଙ୍କ ସମତେ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ