Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମ ଟେନିସ ବଲ ରେଙ୍ଗାଲି ପ୍ରିମିୟର ଲିଗ ଆରମ୍ଭ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ହେବାକୁ ଟେନିସ ବଲ ରେଙ୍ଗାଲି ପ୍ରିମିୟର ଲିଗ । ରବିବାର ଦିନ ରେଙ୍ଗାଲି ଡେ ନାଇଟ କ୍ରିକେଟ ପଡିଆ ଠାରେ ଏହି ଟୁର୍ଣ୍ଣାମେଂଟ ରେ ଶୁଭାରମ୍ଭ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମହେନ୍ଦ୍ର ଓରାମ ଏହି ଟୁର୍ଣ୍ଣାମେଂଟ କୁ ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଙ୍ଗାଲି ବ୍ଲକ ବିଜେଡି ସଭାପତି ଅଶୋକ କୁମାର ଗୁରୁ, ବରିଷ୍ଠ ବିଜେଡି ନେତା ନାରାୟଣ ଶର୍ମା, ସାମ୍ବାଦିକ ନରେଶ ମାହାଣା, ସୁଶିଳ କିଷାନ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ଥିଲେ। କ୍ରିଷ ଏକାଦଶ ଓ ରେଙ୍ଗାଲି ଷ୍ଟାର ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ କ୍ରିଷ ଏକାଦଶ ବିଜୟ ହୋଇଥିଲା।
ରେଙ୍ଗାଲି କ୍ରିକେଟ କ୍ଲବ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଟେନିସ ବଲ ରେଙ୍ଗାଲି ପ୍ରିମିୟାର ଲିଗ ର ଆୟୋଜନ କରାଯାଇଛି। ଏଥିରେ 12 ଟି ଦଳ ଅଂଶ ଗ୍ରହଣ କରିବେ। ଆସନ୍ତା 10 ନଭେମ୍ବର ରେ ଫାଇନାଲ୍ରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଂଟ ଆୟୋଜନ ରେ ରେଙ୍ଗାଲି କ୍ରିକେଟ କ୍ଲବ ର ଅଜୟ ଭୋଇନା, ଅମର ମହାନନ୍ଦ, ହରି ସିଂ, ସୁର୍ଯରଞ୍ଜନ ପାତ୍ର, ପ୍ରଶାନ୍ତ ଦାସ, ଚନ୍ଦନ ସାହୁ, ନିଖିଳ କୁମାର, ଯୁବରାଜ ପସାୟତ, ସୁଜିତ ବେହେରା, ଅମର ବାରିକ, ବାବୁଲୁ ଗହୀର ପ୍ରମୁଖ ସହଯୋଗ କରିଥିଲେ