ଦେବଗଡ଼:ଶିକ୍ଷାବିତ ତଥା ସୁସାହିତ୍ୟିକ ଦୁର୍ଗା ପ୍ରସାଦ ଦ୍ବିବେଦୀ(୮୨)ଙ୍କ ଆଜି ସକାଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଯାଇଛି । ସ୍ବର୍ଗତ ଦ୍ବିବେଦୀ ବେଶ କିଛି ଦିନ ହେଲା ଅସୁସ୍ଥ ଥିବା ହେତୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ୧୯୯୯ରେ ସ୍ବର୍ଗତ ଦ୍ବିବେଦୀ ପ୍ରଧାନଶିକ୍ଷକ ଭାବେ ନିଜର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ । ସ୍ବର୍ଗତ ଦ୍ବିବେଦୀ ବହୁ କବିତା ଏବଂ ନାଟକ ରଚନା କରିବା ସହିତ ବହୁ ସଂଗଠନ ସହ ଜଡିତ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ କାମିନୀ, ବଡପୁଅ ସତ୍ୟବ୍ରତ, ସାନ ପୁଅ ପ୍ରିୟବ୍ରତ, ଝିଅ ଓ ଜ୍ଜାଇଁ , ପୁତ୍ର ବୋଧୂ , ନାତି ନାତୁଣୀ ଏବଂ ପରିବାର ଲୋକ ଉପସ୍ଥିତ ଥିଲେ । ଅପରାହ୍ନ ସମୟରେ ତାଙ୍କର ମରଶରୀର ପୌରାଚଂଳର ପଣ୍ଡା ସାହିସ୍ଥିତ ବାସଭବନରେ ପଂହଚିବା ପରେ ବହୁ ବୁଦ୍ଧିଜୀବି ତାଙ୍କର ଶେଷ ଦର୍ଶନ କରିଥିଲେ । ପ୍ରଧାନପାଟସ୍ଥିତ ସ୍ବର୍ଗ ଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ବଡପୁଅ ସତ୍ୟବ୍ରତ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।