ଦେବଗଡ଼:ପୁରୁଣାଗଡସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆଜି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି ଯୋଗ ଦେଇ ପିଏମ ବିଶ୍ବକର୍ମା ଯୋଜନାର ସଫଳତାର ସହିତ କିପରି ତୃଣମୂଳ ସ୍ତରରେ କିଭଳି ଭାବେ ଏହି ଯୋଜନା ର ସୁଫଳ ପହଞ୍ଚି ପାରିବ ସେ ନେଇ ବୈଠକରେ ଉପସ୍ଥିତ ବିଜେପିକର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଶ୍ବକର୍ମା ଯୋଜନାରେ ସଠିକ ଭାବରେ ହିତାଧିକାରୀ କିଭଳି ଚୟନ ହୋଇପାରିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଉକ୍ତ ଯୋଜନା ସଂପର୍କରେ କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯିବା ସହିତ ଏହି ଯୋଜନାର ସଫଳତା ପାଇଁ ଚେଷ୍ଟା କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏଥିରେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ , ଜିଲ୍ଲା ବିଜେପି ସାଧାରଣ ସଂପାଦକ ସଚ୍ଚିକାନ୍ତ ଦାଶ, ରଣଜିତ ପଟେଲ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମହନ୍ତ ବେହେରା, ସଂପାଦକ ବିଭୂତି ପଟେଲ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ଉପସଭାପତି ହରମୋହନ ପାଣି, ସତ୍ୟନାରାୟଣ ପାଣି, ଉପନଗରପାଳ ପ୍ରଜିତ ଭୋଜ, ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର ବ୍ରହ୍ମାଙ୍କ ସମେତ ବହୁ ବିଜେପିକର୍ମୀ ଉପସ୍ଥିତ ଥିଲେ ।
ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ
