Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଏବଂ ମହିଳା ଅନୁକୂଳ ପଞ୍ଚାୟତ ଉପରେ ମହିଳା ପ୍ରତିନିଧି ଏବଂ ଷ୍ଟାଣ୍ଡିଂ କମିଟିଂ ସଦସ୍ୟା ମାନଙ୍କର ଦିନିକିଆ ଦକ୍ଷତା ବିକାଶ ଶିବିର।

ଗୋପାଳପୁର,୧୫/୧୧ ୟୁଥ ଫର ସୋସିଆଲ ଡେଭେଲପମେଣ୍ଟ ଏବଂ ୟୁନିସେଫର ସହଯୋଗରେ କୋଠାରସିଙ୍ଗ ପଞ୍ଚାୟତ ସଭାଗୃହ ପରିସରରେ ୯ଟି ପଞ୍ଚାୟତର ମହିଳା ପ୍ରତିନିଧି ଏବଂ ବିଭିନ୍ନ ସ୍ଥାୟୀ କମିଟିର ମହିଳା ସଦସ୍ୟା, ୱାର୍ଡ ମେମ୍ବର ,ନାଏବ ସରପଞ୍ଚ, ସମିତି ସଭ୍ୟା ଏବଂ ସରପଞ୍ଚମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ହଳଦିଆପଦର, କନିଶି, ରଣ୍ଡା, ଚିକରଡା , ବିଶ୍ବନାଥପୁର, ଚାନ୍ଦପୁର, ଗୋଳନ୍ଥରା କୋଠାରସିଙ୍ଗ ଏବଂ ମନ୍ତ୍ରୀଡି ଗ୍ରାମ ପଞ୍ଚାୟତର ସମସ୍ତ ମହିଳା ପ୍ରତିନିଧିମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ଵରୀ ଦୋରା, ସମ୍ମାନୀୟ ଅତିଥି ଭାବେ କୋଠାରସିଙ୍ଗି ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରା, ବିଶ୍ୱନାଥପୁର ର ସରପଞ୍ଚ ଏସ. ଦମୟନ୍ତୀ, ଚାନ୍ଦପୁରପୁର ର ସରପଞ୍ଚ ସିଏଚ. ରଶ୍ମିତା ପାତ୍ର, କନିସି ସରପଞ୍ଚ ବି ସୁଜ୍ଞାନୀ ଏବଂ ୟୁନିସେଫର ରାଜ୍ୟ ସଂଯୋଜକ ଗୀତାଞ୍ଜଳି ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଶ୍ରୀମତି ଲୋରା ଏବଂ ଶ୍ରୀମତୀ ସ୍ୱାଇଁ କିଭଳି ପଞ୍ଚାୟତ ଗୁଡିକୁ ଶିଶୁ ଏବଂ ମହିଳା ପଞ୍ଚାୟତ ଭାବେ ଗଢି ହେବ ସେ ଦିଗରେ ସମସ୍ତଙ୍କୁ କାର୍ଯ କରିବାକୁ ଆହ୍ବାନ ଦେବା ସହ ମହିଳାମାନେ ଆଗକୁ ଆସି ସ୍ଥାନୀୟ ବିକାଶମୂଳକ କାର୍ଯରେ ନିଷ୍ପତି ନେବେ ବୋଲି କହିବା ସହ ଓଡ଼ିଶାରେ ମହିଳା ପ୍ରତିନିଧି ମାନଙ୍କର ଦାୟିତ୍ବ , ଯୋଜନା ପ୍ରଣୟନ, ସ୍ଥାୟୀ ବିକାଶ ଯୋଜନାରେ ଥିବା ଥିମ ୩ ଏବଂ ଥିମ ୯ ସ୍ଥାନୀୟକରଣକୁ କିପରି ଶିଶୁ ଏବଂ ମହିଳା ଅନୁକୂଳ କରିହେବ ସେ ଦିଗରେ ସୂଚାଇଥିଲେ।
ଅନ୍ୟତମ ସଦସ୍ୟ ନରେନ୍ଦ୍ର କୁମାର ସାହୁ ପଞ୍ଚାୟତଗୁଡିକରୁ ଆସିଥିବା ମହିଳା ପ୍ରତିନିଧିମାନଙ୍କୁ ସରକାରଙ୍କ ପ୍ରତ୍ଯେକ କାର୍ଯ କିପରି ଶିଶୁ ଏବଂ ମହିଳା ମାନଙ୍କୁ କେନ୍ଦ୍ରିତ କରି କରିହେବ ସେ ନେଇ ଯୋଜନା ପ୍ରସ୍ତୁତି କରି କାର୍ଯ୍ୟକାରୀ ହେବ ସେ ଦିଗରେ ଧ୍ୟାନ ଦେବାକୁ ମତବ୍ୟକ୍ତ କରିଥିଲେ।
ୟୁଥ ଫର ସୋସିଆଲ ଡେଭେଲପମେଣ୍ଟ ତରଫରୁ ପ୍ରକଳ୍ପ ସଂଯୋଜକ ନରେନ୍ଦ୍ର କୁମାର ସାହୁ , ବ୍ଲକ ସଂଯୋଜକ ସୁଦୀପ କୁମାର ଚକ୍ରବର୍ତ୍ତୀ, ମାମାଲି ପଣ୍ଡା, ଗୀତାଞ୍ଜଳୀ ପାଣିଗ୍ରାହୀ ଏବଂ ବିପ୍ଲବ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନା କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପଞ୍ଚାୟତକୁ ଶିଶୁ ଏବଂ ମହିଳା ଅନୁକୂଳ ଭାବେ ଗଢି ତୋଳିବା ପାଇଁ ଆବଶ୍ୟକ ପଦକ୍ଷେପ , ଶିଶୁ ଅଧିକାର , ଗଞ୍ଜାମ ଜିଲ୍ଲାରେ ମହିଳା ଏବଂ ଶିଶୁଙ୍କ ସ୍ଥିତି, ମହିଳା ପ୍ରତିନିଧିଙ୍କର ସ୍ଥାନୀୟ ସ୍ତରରେ ପ୍ରମୁଖ ଦାୟିତ୍ବ, ପଞ୍ଚାୟତରେ ବିକାଶମୂଳକ କାର୍ଯରେ ମହିଳାମାନଙ୍କ ଭାଗୀଦାରିତା , ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା , ସ୍ଥାୟୀ ବିକାଶ ଯୋଜନା ଯେମିତିକି ଥିମ ୩ ଏବଂ ଥିମ ୯ ର ସ୍ଥାନୀୟକରଣ ବିଷୟ, ଶିଶୁ ଏବଂ ମହିଳା ମାନଙ୍କୁ ନେଇ ପଞ୍ଚାୟତରେ ଥିବା ବିଭିନ୍ନ ସମସ୍ଯା, ଶିଶୁ ଅନୁକୂଳ ପଞ୍ଚାୟତର ବୈଶିଷ୍ଠ ଗୁଡିକ, ତାହାର ସୂଚକ, ପଂଚାୟତର ପିଲାଙ୍କ ୪ଟି ଅଧିକାର ଯେମିତି ଶିଶୁଙ୍କ ବଞ୍ଚିବା, ସୁରକ୍ଷା, ବିକାଶ , ଭାଗୀଦାରିତାକୁ ସୁନିଶ୍ଚିତ କରିବା ଦିଗରେ ପଞ୍ଚାୟତର ଭୂମିକା, ପଂଚାୟତ କାର୍ଯ୍ୟକ୍ରମ ଯୋଜନାରେ ଶିଶୁ ଏବଂ ମହିଳା ମାନଙ୍କ ସମସ୍ଯାକୁ କିପରି ସ୍ଥାନ ଦିଆଯିବ, ପଞ୍ଚାୟତରେ ଥିବା ବିଭିନ୍ନ ଦୁର୍ବଳ ବର୍ଗର ଲୋକଙ୍କୁ ସରକାରୀ ସାହାଯ୍ୟ ପହଞ୍ଚାଇବା ପାଇଁ ପଞ୍ଚାୟତର ମହିଳା ପ୍ରତିନିଧି ମାନଙ୍କର ଭୂମିକା, ଏବଂ ସର୍ବୋପରି ପଞ୍ଚାୟତକୁ ଏକ ଶିଶୁ ଏବଂ ମହିଳା ଅନୁକୂଳ ପଞ୍ଚାୟତ ଭାବେ ଗଢି ତୋଳିବା ପାଇଁ ପଞ୍ଚାୟତର ଭୂମିକା ଏବଂ ବିଶେଷ ଭାବେ ମହିଳା ପ୍ରତିନିଧି ମାନଙ୍କର ମୁଖ୍ୟ ଭୂମିକା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ସମସ୍ତେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ