Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପକ୍ଷରୁ ବାରକୋଟ ବ୍ଲକ କାର୍ଯ୍ୟାଳୟ ଘେରାଉ

ଦେବଗଡ଼:ରାଜ୍ୟ ସରକାରଙ୍କ ବିଫଳତା ଓ ଦୁର୍ନୀତିକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ବାରକୋଟ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ବାରକୋଟସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ବିଜେପି ନେତା ଓ କର୍ମୀମାନେ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପଂହଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ , ଜିଲ୍ଲା ସଭାପତି ଅରୁଣ ସାହୁ ,ଉପନଗରପାଳ ପ୍ରଜିତ ଭୋଜ, ଜିଲ୍ଲା ବିଜେପି ଉପସଭାପତି ହରମୋହନ ପାଣି, ଭାରତ ଭୂଷଣ ପ୍ରଧାନ, ବିରଂଚି ବେହେରା, ଜିଲ୍ଲା ବିଜେପି ସାଧାରଣ ସଂପାଦକ ସଚ୍ଚିକା‌ନ୍ତ ଦାଶ, ସଂପାଦକ ଫକୀର ମୋହନ ପ୍ରଧାନ, ପୂର୍ବ ବ୍ଲକ ଅଧ୍ୟକ୍ଷ ଦାରୁଆ ଓରାମ, ଯୁବ ନେତା ଭୋଳେଶ୍ବର ପ୍ରଧାନ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ଭୂତିଆ,ବାରକୋଟ ମଣ୍ଡଳ ସଭାପତି ନରହରି ପ୍ରଧାନ, କଣ୍ଢଳ ମଣ୍ଡଳ ସଭାପତି ଦୈତାରୀ ସାହୁ, କଲା ମଣ୍ଡଳ ସଭାପତି ମିତ୍ରଭାନୁ ସାହୁ , ବିଜେପି ଏସସି ମୋର୍ଚ୍ଚା ସ‌ାଧାରଣ ସଂପାଦକ ଦେବାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର, ଭୂମିହୀନଙ୍କୁ ଚାରି ଡିସିମିଲ ଜମିପଟ୍ଟା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ବ୍ଳକ ମାନଙ୍କରେ ପିସି ବିରୋଧରେ ବୃଦ୍ଧି ପାଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହାପରେ ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏଥିରେ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ