Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

55 ନମ୍ୱର୍ ଜାତୀୟ ରାଜପଥରେ ମର୍ମ୍ମଦୁନ୍ତ ସଡ଼କ ଦୁର୍ଘଟଣାରେ 3ମୃତ,ଜଣେ ଗୁରୁତର…

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍ ଅନ୍ତର୍ଗତ 55 ନମ୍ୱର୍ ଜାତୀୟ ରାଜପଥ ର ବୋଇରାଗୀପାଲି ଠାରେ ପ୍ରାଚୀ ନାମକ ଏକ ନାଇଟବସ୍ ସୁନ୍ଦରଗଡ଼ ରୁ ଭୁବନେଶ୍ବର ଯାଉଥିବା ବେଳେ ବୋଇରାଗିପାଲି ଠାରେ ଗାଡ଼ିଟି ପଙ୍କଚର ହେବାରୁ କିଛି ଯାତ୍ରୀ ତଳକୁ ଓହ୍ଲାଇ ପଡ଼ିଥିଲେ, ଠିକ୍ ସେହି ସମୟରେ ହଠାତ୍ ଏକ ଟ୍ରକ ଦ୍ରୁତ ଗତିରେ ଆସି ଚାରି ଜଣଙ୍କ ଉପରେ ମାଡ଼ିଚାଲିଯାଇଥିଲା। ବିଳମ୍ବିତ ରାତ୍ରୀରେ ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି କିଶୋରନଗର ହସ୍ପିଟାଲ୍ କୁ ପଠାଇଥିବା ବେଳେ ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରେଢ଼ାଖୋଲ ହସ୍ପିଟାଲ୍ ରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି,ଆଉ ଜଣେ ଗୁରୁତର ଅଛନ୍ତି। ସମସ୍ତ ମୃତ ଓ ଗୁରୁତର ବ୍ୟକ୍ତି ସୁନ୍ଦରଗଡ ଜିଲ୍ଲା ଓ ଝାରସୁଗୁଡ଼ା ଜିଲ୍ଲା ର ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। କିଶୋର ନଗର ପୋଲିସ୍ ଏହାର ତଦନ୍ତ କରୁଛି।