Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ହେବ ସମ୍ବଲପୁରୀ ଭାଷା ବେଶଭୂଷାର ଧନୁଯାତ୍ରା

ସମ୍ବଲପୁର: ସମ୍ବଲପୁର ଠାରେ ଆଗାମୀ ଦିନରେ ନିଆରା ଧନୁଯାତ୍ରା କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି । ସହରର ପ୍ରମୂଖ କଳାକାର ଓ କେତେକ ସାଂସ୍କୃତିକ ସଂଗଠନର ସଂଗଠକ ମାନଙ୍କୁ ନେଇ ସାମ୍ବାଦିକ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ କରାଯାଇ ଧନୁଯାତ୍ରା କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ସମ୍ବଲପୁରୀ ଓ ବେଶ ପୋଷାକରେ ଏକ ନିଆରା ଢଙ୍ଗରେ ଧନୁଯାତ୍ରା ପାଳନ କରାଯିବାକୁ ସ୍ଥିର କରାଯାଇଛି । ଦିନ ଓ ସମୟ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ପରବର୍ତ୍ତି ସମୟରେ ବିଭିନ୍ନ ଅନୁଷ୍ଠାନକୁ ଯୋଡି ସମ୍ବଲପୁରୀ ଧନୁଯାତ୍ରା ପାଳନ ପାଇଁ ପ୍ରସ୍ଥାବ ରଖାଯାଇଛି। ଏଥିରେ ଗୁଣ ରଞ୍ଜନ ସାଲିମା,ବବଲୁ ବାଗ୍, ସୁଧିର ବହିଦାର,କମଳ ଲୋଚନ ପଣ୍ଡା, ଲଲିତ ମୋହନ ବେବର୍ତ୍ତା ଭଳି ପ୍ରମୂଖ କଳାକାର ସାମ୍ବାଦିକ ମାନେ ଯୋଗଦାନ କରି ଏଭଳି ନିଷ୍ପତ୍ତି ବିଷୟରେ ଆଜି ଘୋଷଣା କରାଯାଇଛି । ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଏଭଳି ଆୟୋଜନ ଆବଶ୍ୟକତାକୁ ଉପଲବ୍ଧି କରାଯାଇ ସମ୍ବଲପୁରୀ ଧନୁଯାତ୍ରା ଆୟୋଜନ ପାଇଁ ସମ୍ବଲପୁରରେ ତତ୍ପରତା ପ୍ରକାଶ ପାଇଛି।