Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ୟୋତିର ୩୬ ତମ ପ୍ରତିଷ୍ଠା ଦିବସ ପାଳିତ: ଅନ୍ତେବାସୀଙ୍କ ଚକ୍ଷୁ ଦାନ ପାଇଁ ଆଗ୍ରହ

ସମ୍ବଲପୁର:ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଦିନ ଚକ୍ଷୁଦାନ ଓ ଭିନ୍ନକ୍ଷମ କଲ୍ୟାଣ ସଂସ୍ଥା ଜ୍ୟୋତିର ୩୬ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବୀରସୁରେନ୍ଦ୍ରସାଏ ବ୍ରୁଦ୍ଧାଶ୍ରମ ହୁମା ଠାରେ ଡ:ପରେଶ ଚନ୍ଦ୍ର ଦାନୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରଥମେ ଚକ୍ଷୁଦାନ, ଚକ୍ଷୁ ସୁରକ୍ଷା ଓ ଚକ୍ଷୁର ଯତ୍ନ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବୃଦ୍ଧାଶ୍ରମର ଅଧ୍ଯକ୍ଷ ସତ୍ଯନାରାୟଣ ମେଣ୍ଡଳି ବୃଦ୍ଧାଶ୍ରମ ବିଷୟରେ ଅବଗତ କରେଇବା ସହ “ଜ୍ୟୋତି “ଅନୁଷ୍ଠାନର କାର୍ଯ୍ୟଧାରା ନେଇ ପ୍ରଶଂସା କରିଥିଲେ। ପରେ ଚକ୍ଷୁ ବିଶେଷଜ୍ଞ ଡା:ସୁରେଶ ଚନ୍ଦ୍ର ଦାନୀ ଅନ୍ତେବାସୀଙ୍କ ଚକ୍ଷୁ ପରୀକ୍ଷା କରି ଥିଲେ। “ଜ୍ୟୋତି ” ର ସଦସ୍ଯ ମାନେ ଅନ୍ତେବାସୀଙ୍କ ସହ ମିଶି ଭଜନ କାର୍ଯ୍ୟକ୍ରମ କରିଥିଲେ ଓ ପ୍ରସାଦ ସେବନ କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ଥିଲା, ଅନ୍ତେବାସୀ ମାନେ ନିଜର ପରଲୋକ ପରେ ଚକ୍ଷୁଦାନ କରିବା ପାଇଁ ଅନୁରୋଧ କରି ଥିଲେ। ଏହି କାର୍ଯ୍ୟକ୍ରମରେ ଜ୍ୟୋତିର ସଦସ୍ଯ ଡ: ସନ୍ତୋଷ କୁମାର ଦାଶ, ବ୍ରଜବନ୍ଧୁ ସାହୁ,ଅଖିଳ ରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ପାଟ୍ଟଯୋଶୀ, ରତନ ବହିଦାର, ଦୁର୍ଗା ଚରଣ ଦାନୀ, ପ୍ରଭାସ ଚନ୍ଦ୍ର ମିଶ୍ର, କୈଲାଶ ମିସ୍ତ୍ତୀ, ସୁକାନ୍ତ ବହିଦାର, ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ସଂଯୋଜକ କଳ୍ପନା ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ।