Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଇଁଲାଛାଟ ରେ ମାଣ୍ଡିଆ କ୍ଷେତ୍ର ପରିଦର୍ଶନ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଡେଇପଙ୍କ ପଞ୍ଚାୟତର ଅଇଲାଛାଟ ଗ୍ରାମର ବନମାଳୀ ମେହେରଙ୍କ ବିଲରେ ଆଜି ମାଣ୍ଡିଆ କ୍ଷେତ୍ର ପରିଦର୍ଶନ ଦିବସ ପାଳିତ ହୋଇଯାଇଛି । ଓଡିଶା ମିଲେଟ ମିଶନ ପକ୍ଷରୁ ତଥା ରାଧା ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ସୁଜିତ ସାହୁ , କାର୍ଯ୍ୟକ୍ରମ ଅଧିକାରୀ ପ୍ରିତିଶ ରlୟ , ଜିଲ୍ଲା ପ୍ରକଳ୍ପ ସଂଯୋଜକ ଭବାନୀ ଶଙ୍କର ମେହେର ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିଲେ । ଏହି ଅବସରରେ 10 ପ୍ରକାର ମାଣ୍ଡିଆର ଗୁଣବର୍ତ୍ତା ଓ ପାଣିପାଗକୁ ସୁହାଉଥିବା ମାଣ୍ଡିଆର ମୂଲ୍ୟାଙ୍କନ କରାଯାଇଥିଲା । ଏଥିରେ ଅନୁଭବୀ ଚାଷୀ ଓ ନୂତନ ଚାଷୀଙ୍କୁ ମୂଲ୍ୟାଙ୍କନ ଦାୟିତ୍ୱ ଦିଆଯାଇଥିଲା । ଉପଯୁକ୍ତ ମାଣ୍ଡିଆକୁ ଏହି ଅଞ୍ଚଳରେ ରୋପଣ କରାଯିବ l ଏବିସି ବିନୋଦ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ସି ଆର ପି ସାହାଯ୍ୟ କରିଥିଲେ । ଶେଷରେ ସିଇଓ ଜୟବ୍ରତ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।