ବିଦ୍ୟୁତ ଆଘାତରେ ଯୁବକ ମୃତ


ଯାଜପୁର (05/12):
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ନିଜାମପୁର ପଂଚାୟତସ୍ତ ତଳରଡଗାଁ ଗ୍ରାମରେ ଘଟିଯାଇଛି ଏକ ଦୁର୍ଘଟଣା| ଏହି ଗ୍ରାମର ପୁରସ୍ତମ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା (40ବର୍ଷ) ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି| ସୂଚନା ଅନୁସାରେ ପ୍ରଶାନ୍ତ ନିଜ ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ| ତେବେ ପାଣି ମୋଟର ଲାଗି ନେଇଥିବା ବିଦ୍ୟୁତ ସଂଯୋଗରେ ସଂଯୋଜିତ ବୋର୍ଡଟି ଚାର୍ଜ ହୋଇଯାଇଥିଲା| ଯାହାକୁ ସ୍ପର୍ଶ କ୍ଷଣି ଉକ୍ତ ସ୍ଥାନରେ ବିଦ୍ୟୁତ ଆଘାତ ଲାଗିଥିଲା ପ୍ରଶାନ୍ତଙ୍କୁ| ନିକଟସ୍ଥ ସ୍ଥାନରେ ଉପସ୍ଥିତ ଗ୍ରାମବାସୀ ପ୍ରଶାନ୍ତକୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ| ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ| ପ୍ରକାଶ ଥାଉ କି ପ୍ରଶାନ୍ତଙ୍କର ଆଠ ବର୍ଷର ଗୋଟିଏ ପୁଅ ଥିବା ବେଳେ ସେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ| ତେବେ ପ୍ରଶାନ୍ତଙ୍କର ଏଭଳି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି|