Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାନୁଆରୀ ୧୮ ରୁ ୨୩ ଉତ୍ସବ ପ୍ରଧାନପାଟ

ଦେବଗଡ଼ ତା.୦୬.୧୨.୨୦୨୩ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉତ୍ସବ ପ୍ରଧାନପାଟ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନପାଟ ବଡବଗିଚା ଠାରେ ମୁକ୍ତାକାଶ ରଙ୍ଗମଞ୍ଚରେ ଆଗାମୀ ଜାନୁଆରୀ ୧୮ ରୁ ଆରମ୍ଭ ହୋଇ ଜାନୁଆରୀ ୨୨ ତାରିଖ ଉଜ୍ଜାପିତ ହେବ ବୋଲି ସୂଚନା ଦିଆଯାଇଛି । ଏ ନେଇ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ଉତ୍ସବ ପ୍ରଧାନପାଟ ପାଇଁ ପ୍ରସ୍ତୁତି ବୈଠକ ଉତ୍ସବ ପ୍ରଧାନପାଟକୁ ୫ ଦିନ କରିବା ପାଇଁ ସ୍ଥିର କରାଯାଇଛି । ଉତ୍ସବ ଆୟୋଜନ ନିମନ୍ତେ ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ ଦଳ ଏବଂ ଅନ୍ୟ ପ୍ରଦେଶର ଭିନ୍ନ ଭିନ୍ନ ଶୈଳୀର ଲୋକନୃତ୍ୟ ଦଳ ଜିଲ୍ଲା ଭିତରେ ଥିବା ୩ବ୍ଲକ ର ସାଂସ୍କୃତିକ ଦଳ ମାନଙ୍କୁ ଯୋଗାଯୋଗ କରିବା ନିମନ୍ତେ ସ୍ଥିର କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଦଳ ବ୍ୟତୀତ ଉତ୍ସବ ଅବସରରେ ପଲ୍ଲୀଶ୍ରୀ ମେଳା, ପୁସ୍ତକ ମେଳା, ଖାଦ୍ୟ ମେଳା ଏବଂ ଜିଲ୍ଲା ସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରାଯିବ । ଉତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ର ସୁପରିଚାଳନା ନିମନ୍ତେ ଭିନ୍ନ ଭିନ୍ନ ସବ କମିଟି ଗଠନ କରାଯିବ । ବୈଠକରେ ପୌରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଈ, ଆରକ୍ଷୀ ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଅତିରିକ୍ତ ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ବ ରଞ୍ଜନ ମଲ୍ଲିକ, ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ଡେପୁଟି କଲେକ୍ଟର ଏଜେଲିନ୍ ବାରା, ମମତା ମହାରଣା, ସହକାରୀ ଜିଲ୍ଲାପାଳ ହେମନ୍ତ ସିଂ, ତାପସ ମହନ୍ତ, ଈଶ୍ଵର ଚନ୍ଦ୍ର ଗୁରୁ ଓ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟମାନେ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ ‌ ।