ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଗୁରୁବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ ଧନୁଯାତ୍ରା ମହୋତ୍ସବ କୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ଓ ସମ୍ମାନିତ ଅତିଥି ଭାବରେ ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ଉଲୁଣ୍ଡା ବିଡ଼ିଓ କରିସ୍ମା ବେସ୍ରା , ଉଲୁଣ୍ଡା ତହସିଲଦାର ଦିଲ୍ଲୀପ କୁମାର ମାଝୀ , ଏସଡିପିଓ ବାସୁଦେବ ଛତ୍ରିଆ ପ୍ରମୁଖ ଯୋଗଦେଇ ଥିଲେ I ଆଞ୍ଚଳିକ ଧନୁଯାତ୍ରା ଉପଦେଷ୍ଟା ହିମାଂଶୁ ଶେଖର ତ୍ରିପାଠୀ , ଆଇଆଇସି ପଞ୍ଚାନନ ନାଏକ , ଜିଲ୍ଲା ପରିଷଦ ସଭ୍ୟ ଜୋନ୧ ବିଜୟାଲକ୍ଷ୍ମୀ ତରାଇ , ଉଲୁଣ୍ଡା ସରପଞ୍ଚ ରଶ୍ମୀତା ଭୋଇ , ସମାଜସେବୀ କୃର୍ତିବାସ ମିଶ୍ର , ମଞ୍ଚ ଅଭିନେତା ତଥା କଂସ ମହାରାଜ ଗୋପାଳ ଚନ୍ଦ୍ର ପଣ୍ଡା , ବିଶିଷ୍ଟ କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା ପ୍ରମୁଖ ଅନ୍ୟତମ ଅତିଥିଭାବେ ମଞ୍ଚାସୀନ ଥିଲେ । ଏହି ମହୋତ୍ସବ ୭ ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ଚାଲିବ । କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଲୋକ ନୃତ୍ୟ , ସଂଗୀତ , ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ , ମିନାବଜାର , ଗୋପଲୀଳା ଓ ପ୍ରତ୍ୟେକ ଦିନ ସଂଚାର ପରିବେଷଣ ଓ ନାମୀଦାମୀ କଳାକାର ଙ୍କ ଦ୍ଵାରା କଳା ପରିବେଷଣ ଆଦି କାର୍ଯ୍ୟକ୍ରମ ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।
ଉଲୁଣ୍ଡା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ
