Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ କ୍ରିଡା ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଦୀପ କୁମାର ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଆୟୋଜିତ କାର୍ଯ୍ଯକ୍ରମରେ ବିଦ୍ୟାଳୟ ର ସଭାପତି ଅନ୍ତର୍ଯ୍ୟାମୀ ରଥ , ଉପ ସଭାପତି ଚନ୍ଦ୍ରମଣି ବାଘ ଶିକ୍ଷା କ୍ଷେତ୍ର ରେ ଖେଳ ର ଉପାଦେୟତା ଉପରେ ଗୁରୁତ୍ୱ ପ୍ରତିପାଦନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବଳରାମ ପୂଜାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାରୀରିକ ପ୍ରମୁଖ ଗୋବିନ୍ଦ ହାତୀ ଖେଳ ପରିଚାଳନା ସହିତ ବୃତ୍ତ କଥନ କରିଥିଲେ । ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଶିଶୁ ବାଟିକା ପ୍ରମୁଖ ସୁକାନ୍ତ କୁମାର ପୁରୋହିତ , ବାଟିକା ବିଭାଗ ରେ ବେଲୁନ ଫଟା , ବେଙ୍ଗ ଡିଆଁ ଆଦି ଖେଳ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା , ବାହନ ଚାଳକ, ମାଉସୀ ମାନେ ସହଯୋଗ କରିଥିଲେ । ଚଳିତ ବର୍ଷର ଶ୍ରେଷ୍ଠ ଖେଳାଳୀ ଭାବରେ , ଶିବାଶିଷ ରଥ ଓ ଆକାଶ କର୍ମୀଙ୍କୁ ସ୍ଵତନ୍ତ୍ର ଭାବେ ପୁରସ୍କୃତ କରାଯାଇଛି ।