Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଆର ଏମ୍ ସି ରେ ଖରିଫ ଧାନ କ୍ରୟ ର ଶୁଭାରମ୍ଭ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଖରିଫ ୨୦୨୩-୨୪ ବର୍ଷର ଧାନ ସଂଗ୍ରହ କାର୍ଯ୍ୟକ୍ରମ ଡିସେମ୍ବର-୧୦ ତାରିଖ ଠାରୁ ଆରମ୍ଭ ହେବା ପାଇଁ ସ୍ଥିର କରାଯାଇଥିଲା । ତେବେ ସୋମବାର ବୀରମହାରାଜପୁର ଆରଏମସି ଉଦ୍ଦେପଦର ମାର୍କେଟ ୟାର୍ଡରେ ଆରଏମସି ସମ୍ପାଦକ ମନୋଜ କୁମାର ଜେନାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ଯକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଏହି ଧାନ କିଣା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉଲୁଣ୍ଡା ତହସିଲଦାର ଦିଲ୍ଲିପ କୁମାର ମାଝି , ବିଡିଓ କରିଶ୍ମା ବେଶ୍ରା , ସୋନପୁର ଏଆରସିଏସ ପି ଚରଣ ସାହୁ , ବୀରମହାରାଜପୁର ଏସିଏସଓ ଲଲିତ ମୋହନ ପଟ୍ଟନାୟକ , ଏଆରସିଏସ ବୀରମହାରାଜପୁର ପ୍ରେମାନନ୍ଦ ଦିପ , ଏମଆଇ ରାଜକିଶୋର ନାୟକ , ଫାର୍ମର ରିପ୍ରେଜେଣ୍ଟିଭ୍ ଶାଜନ କୁମାର ପଣ୍ଡା , ଗଙ୍ଗାଧର ସଭାପତି ଉଲୁଣ୍ଡା ପେକ୍ସ ସରପଞ୍ଚ ଲସ୍ତଲା , ଉଲୁଣ୍ଡା ପେକ୍ସ ଏବଂ ଓମ ସାଇ ମହିଳା ଏସଏଚଜିର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ । ଏହି ଶୁଭାରମ୍ଭରେ ଓମ ସାଇ ଏସଏଚଜିରେ ୨ ଜଣ ଚାଷୀ ଓ ଉଲୁଣ୍ଡା ପେକ୍ସ ର ଜଣେ ଚାଷୀଙ୍କ ଠାରୁ ଧାନ କ୍ରୟ କରି ମିଳକୁ ପଠାଯାଇଥିଲା ।