Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଦାବି ନେଇ ଜିଲ୍ଲା ସରକାରୀ ଖୁଚୁରା ବିକ୍ରେତାମାନଙ୍କ କଳା ବ୍ୟାଚ ପରିଧାନ ଓ ବିକ୍ଷୋଭ

ଦେବଗଡ଼: ସର୍ବଭାରତୀୟ ଡିଲର୍ସ ଫେଡେରେସନ ଆହ୍ବାନ କ୍ରମେ ଦେବଗଡ ପ‌ୌରାଚଂଳ ଶାଖାର ଜିଲ୍ଲା ସରକାରୀ ଖୁଚୁରା ବିକ୍ରେତାମାନେ ଆଜି ବିଭିନ୍ନ ଦାବି ନେଇ କଳା ବ୍ୟାଚ ପରିଧାନ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କର ଅଭିଯୋଗ ଅନୁଯାୟୀ,୨୮ ମାସର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପାରିଶ୍ରମିକ ବାବଦରେ ବକେୟା ଅର୍ଥ ରାଶି ପ୍ରଦାନ, ଇପିଓଏସ ମେସିନର ବାବଦରେ ୩ ବର୍ଷର ବକେୟା ଅର୍ଥ ରାଶି ଓ ମଧ୍ୟାନ୍ନ ଭୋଜନ ଚାଉଳ ବାଦଦରେ ବକେୟା ଅର୍ଥ ପ୍ରଦାନ, ମୃତ୍ୟୁବରଣ କରିଥିବା ଡିଲର ପରିବାରକୁ ପୁନଃ ନିଯୁକ୍ତି, ପୌରାଚଂଳରେ କାର୍ଯ୍ୟ କରୁଥିବା ସମସ୍ତ ଡିଲରଙ୍କ ପରିବାରକୁ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନାରେ ଅନୁର୍ଭୁକ୍ତ କରିବା ପାଇଁ ଦାବି କରାଯାଇଛି। ଏଥିରେ ଦେବଗଡ ଶାଖାର ସଭାପତି ଶଙ୍କର୍ଷଣ ମହାପାତ୍ର, ସଂପାଦକ ସତ୍ୟ ନାରାୟଣ ସାହୁ,ରଘୁନାଥ ଝାଙ୍କର, ପୂର୍ଣ୍ଣିମା ପାତ୍ର, ଲହେଶ ଭଞ୍ଜ, ଅମୂଲ୍ୟକାନ୍ତ କପରଦାର, ତ୍ରିଲୋଚନ ନାୟକ, ସୁରେଖା ବେହେରା, ଟଙ୍କଧର ପାତ୍ର, ରାଜେନ୍ଦ୍ର ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ ।