Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଖିଳ ଭାରତ ଗ୍ରାମୀଣ ଡ଼ାକ ସେବକ ସଂଘର ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ

ବୀରମହାରାଜପୁର : (ସୌମିତ୍ରି ମେହେର) ମଙ୍ଗଳବାର ଠାରୁ ଦେଶବ୍ୟାପୀ ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘର ଅନିର୍ଦ୍ଦିଷ୍ଟ କାଳିନ ଧର୍ମଘଟ କୁ ଆଜିଠାରୁ ଓହ୍ଲାଇଛନ୍ତି । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଦର ଉପ ଡାକଘର ଠାରେ ଉଲୁଣ୍ଡା ବ୍ଲକ ରେ କାର୍ଯ୍ଯରତ ସମସ୍ତ ଡାକସେବକ ଆଜି ବିଭିନ୍ନ ୭ ଗୋଟି ଦାବୀ ନେଇ ଧର୍ମଘଟ କୁ ଓହ୍ଲାଇବା ସହିତ କାର୍ଯ୍ଯାଳୟ ବନ୍ଦ କରିଛନ୍ତି । ଦାବିରେ ରହିଛି 1- ୮ ଘଣ୍ଟା କାର୍ଯ୍ଯ ନିର୍ଘଣ୍ଟ ଦାବୀ , ୨- ନିୟମିତ କର୍ମଚାରୀଙ୍କ ପରି ୧୨ , ୨୪ ଓ ୩୬ ବର୍ଷରେ ପଦୋନ୍ନତି , ୩- ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ , ୪- ଗ୍ରାଚ୍ଯୁଟୀ ୫ ଲକ୍ଷ ଓ ଗ୍ରୁପ ଇନସୁରାନ୍ସ ୫ ଲକ୍ଷ ଦାବି , ୫- ୧୮୦ ଦିନ କାର୍ଯ୍ଯଦିବସ ଛୁଟି ଏନକେସମେଣ୍ଟ , ୬- ଟାର୍ଗେଟ ନାମରେ ସେବକମାନଙ୍କୁ ମାନସିକ ନିର୍ଯ୍ଯାତନା ବନ୍ଦ , ୭- ସମାନ କାମକୁ ସମାନ ଦରମା ଆଦି ଦାବି ଗୁଡିକୁ ରଖି ମଙ୍ଗଳବାର ଦିନ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କୁ ଓହ୍ଲାଇଛନ୍ତି ଗ୍ରାମିଣ ଡାକସେବକ । ଧର୍ମଘଟ ଫଳରେ ଡାକ ସେବା ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି I କେନ୍ଦ୍ର ସରକାର ଦାବି ପୁରଣ ନକରିବା ପର୍ଯ୍ଯନ୍ତ ଧର୍ମଘଟରୁ ଓହ୍ଲାଇବେ ନାହିଁ ବୋଲି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି ।